www.samajalive.in
Friday, December 5, 2025
26.1 C
Bhubaneswar

ପତ୍ନୀଙ୍କୁ ୫୦ହଜାର ଟଙ୍କାର ଫୋନ୍‍ ଉପହାର ଦେଲେ, ବକ୍ସ ଖୋଲିବା ମାତ୍ରେ ଘରେ ପହଞ୍ଚିଲା ପୁଲିସ, ତା’ପରେ …

ସମାଜ ଡିଜିଟାଲ ଡେସ୍କ: ଭାବନ୍ତୁ, ଆପଣ ବିବାହ ବାର୍ଷିକୀରେ ଆପଣଙ୍କ ସ୍ତ୍ରୀଙ୍କୁ ଏକ ମହଙ୍ଗା ମୋବାଇଲ୍‍ ଉପହାର ଦେଉଛନ୍ତି । ଫୋନଟି ଜିଏସଟି ବିଲ୍‍ ସହିତ କିଣାଯାଇଛି । କିନ୍ତୁ କିଛି ସପ୍ତାହ ପରେ ପୁଲିସ ହଠାତ୍‍ ଆପଣଙ୍କ ଘରକୁ ଆସି କହିବ ଯେ ‘ଆପଣଙ୍କ ଫୋନ୍‍ ବ୍ୟବହାର କରି ଏକ ବଡ ଅନଲାଇନ ଅପରାଧ ହୋଇଛି’ । ତେବେ ଆପଣ ଆଶ୍ଚର୍ଯ୍ୟ, ଭୟ ଏବଂ କ୍ରୋଧିତ ହେବେ ନିଶ୍ଚିୟ । ଠିକ୍‍ ସେହିପରି ଘଟଣା କଲକାତାର ଜଣେ ଓକିଲଙ୍କ ସହିତ କିଛି ଏପରି ଘଟିଛି । ଯିଏ ତାଙ୍କ ସ୍ତ୍ରୀଙ୍କୁ ଖୁସି କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ଜୀବନ ବର୍ତ୍ତମନା ଜଟିଳ ହୋଇଗଲା ।

ସୂଚନା ଅନୁସାରେ ଏହି ଘଟଣା ଘଟିଛି କଲକାତାର ସାଲ୍ଟ ଲେକ୍‍ ଅଞ୍ଚଳରେ । ଏଠାରେ ଜଣେ ଓକିଲ ଗତ ଫେବୃଆରୀ ମାସରେ ନିଜ ପତ୍ନୀଙ୍କ ପାଇଁ ୪୯ହଜାର ଟଙ୍କାର ଏକ ମୋବାଇଲ୍‍ ଫୋନ୍‍ କିଣିଥିଲେ । ଦୋକାନଟି ସହରର ମିଶନ ରୋ ଏକ୍ସଟେନସନ୍‍ ଅଞ୍ଚଳରେ ଥିଲା ଏବଂ ଫୋନ୍‍ କିଣିବା ବେଳେ ସମ୍ପୂର୍ଣ୍ଣ ସିଲ୍‍ ମଧ୍ୟ ଥିଲା । ଅନ୍ୟ ଗ୍ରାହକଙ୍କ ପରି ସେ ଜିଏସଟି ବିଲ୍‍ ଦେଇ ପତ୍ନୀଙ୍କୁ ଫୋନ୍‍ ଟି ଉପହାର କରିଥିଲେ । ଭାବିଥିଲେ ଯେ ଏହି ଫୋନଟି ନୂଆ, ଏବଂ ଏହାକୁ ଦେଖି ପତ୍ନୀ ଜଣଙ୍କ ଖୁସି ହୋଇଯିବେ । କିନ୍ତୁ କିଛି ଦିନ ପରେ ଯେତେବେଳେ ପତ୍ନୀ ଫୋନ୍‍ ବ୍ୟବହାର କରିବା ଆରମ୍ଭ କରିଥିଲେ ତାଙ୍କ ଘରେ ପହଞ୍ଚିଥିଲା ଗୁଜୁରାଟ ପୁଲିସ । ଉଭୟ ପତି ପତ୍ନୀ ଏହାକୁ ନେଇ ଚିନ୍ତାରେ ପଡିଯାଇଥିଲେ ।

- Advertisement -

ଗୁଜୁରାଟର ରାଜକୋଟ ପୁଲିସ ଷ୍ଟେସନର ଅଧିକାରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ବ୍ୟବହୃତ ହେଉଥିବା ମୋବାଇଲ ଫୋନଟି ପୂର୍ବରୁ ଏକ ସାଇବର ଅପରାଧ ମାମଲାରେ ବ୍ୟବହୃତ ହୋଇଥିଲା । ପୁଲିସ ଫୋନର ଆଇଏମଇଆଇ ନମ୍ବର ଟ୍ରାକ୍‍ କରି ଜାଣିପାରିଥିଲା ଯେ ଏହା ସେହି ଡିଭାଇସ୍‍ ଯାହା ସେମାନେ ଖୋଜୁଥିଲେ । ଓଡ଼ିଲ ଏବଂ ତାଙ୍କ ପତ୍ନୀ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ବୁଝିପାରିଲେ ନାହିଁ ଯେ ଏକ ନୂଆ ଦେଖାଯାଉଥିବା ଫୋନ୍‍ ଟି କିପରି ଅପରାଧର ଅଂଶ ହୋଇଗଲା ।

ଦୋକାନୀଙ୍କ ବିରୋଧରେ ଠକେଇ ଅଭିଯୋଗ
ଏହି ଝଟକାରୁ ବାହାରି ଓକିଲ ଜଣଙ୍କ ସିଧାସଳଖ କଲକାତାର ପୁଲିସ ଷ୍ଟ୍ରେସନକୁ ଯାଇ ଦୋକାନ ମାଲିକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ଦୋକାନୀ ଜଣଙ୍କ ତାଙ୍କୁ ଜାଣିଶୁଣି ଅପରାଧିକ କାର୍ଯ୍ୟକଳାପରେ ବ୍ୟବହୃତ ଏକ ପୁରୁଣା ଫୋନ୍‍ କୁ ନୂଆ କହି ବିକ୍ରି କରିଥିଲେ । ପୁଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି । ବୋବଜାର ପୁଲିସ ସଂପୃକ୍ତ ଦୋକାନୀ ଏବଂ ଫୋନ୍‍ ଯୋଗାଇଥିବା ବିତରକଙ୍କୁ ପଚରାଉଚରା କରିଛି । ପୁଲିସ କହିଛି ଦୋକାନର କାଗଜପତ୍ରରେ କିଛି ସନ୍ଦେହଜନକ ଜିନିଷ ମିଳିନାହିଁ, କେବଳ ସନ୍ଦେହ ବିତରକଙ୍କ ଉପରେ । ସେମାନେ କହିଛନ୍ତି ଯେ ଫୋନ୍‍ ଜବତ କରାଯାଇଛି ଏବଂ ଫରେନସିକ୍‍ ପରୀକ୍ଷା ପାଇଁ ପଠାଯାଇଛି । ଏଥିରୁ ଜଣାପଡିବ ଯେ ପୂର୍ବରୁ ଫୋନ କାହାର ଥିଲା, ଏବଂ ଦୋକାନୀ ଏହା ବିଷୟରେ ଜାଣିଥିଲେ କି ନାହିଁ ।

 

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories