ନୂଆଦିଲ୍ଲୀ:କଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ବ୍ୟାପକ କରିଛି ସିବିଆଇ। ରବିବାର ରାତିରେ ସିବିଆଇ ଟିମ୍ କ୍ରାଇମ୍ ସ୍ପଟ୍ ସେମିନାର୍ ହଲକୁ ଯାଇଥିଲା। ଯେଉଁଠାରେ ଅଭୟାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏଥିସହ ହସ୍ପିଟାଲ ଏମରଜେନ୍ସି ବିଲ୍ଡିଂ, ବଏଜ୍ ହଷ୍ଟେଲ୍ , ପ୍ରିନ୍ସିପାଲ ଅଫିସ୍ ଯାଞ୍ଚ କରିଛି ତଦନ୍ତକାରୀ ଟିମ୍। ଅଭିଯୋଗ ହୋଇଛି କଲକାତା ପୁଲିସ୍ କ୍ରାଇମ ସ୍ପଟ୍ କୁ ପରିବର୍ତ୍ତନ କରିଛି। ସୁପ୍ରିମକୋର୍ଟରେ ଅଭୟା କାଣ୍ଡ ଶୁଣାଣି ବେଳେ ଅପରାଧସ୍ଥଳରେ କିଛି ସମସ୍ୟା ଥିବା କହିଥିଲା ସିବିଆଇ। ଅଭିଯୋଗକୁ କଲକାତା ପୁଲିସ୍ ଖଣ୍ଡନ କରିଥିବାବେଳେ ରବିବାର କ୍ରାଇମ୍ ସ୍ପଟ୍ ରେ ତନାଘନା କରିଛି ସିବିଆଇ। ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଏହାରି ଭିତରେ ୨୩ ଦିନ ବିତିଛି। ହେଲେ ତାଙ୍କୁ ନ୍ୟାୟ ଦାବିରେ ସାରା ପଶ୍ଚିମବଙ୍ଗରେ ଆନ୍ଦୋଳନ ଥମିବାର ନାଁ ଧରୁନି। ପ୍ରତିଦିନ ବିଭିନ୍ନ ସଂଗଠନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ପ୍ରତିବାଦ ଓ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି।
Popular Categories



