www.samajalive.in
Sunday, December 14, 2025
14.1 C
Bhubaneswar

କୋଲକାତା ସହ ଲଢ଼ି ହାରିଲା ପଞ୍ଜାବ

କୋଲକାତା: ଆଇପିଏଲ-୨୦୧୯ର ୬ଷ୍ଠ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨୮ ରନରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ହରାଇଦେଇଛି। ବୁଧବାର ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୧୮ ରନ୍‌ କରିଥିଲା। ଜବାବରେ ଲଢ଼ୁଆ ପ୍ରଦର୍ଶନ କରିବା ସତ୍ବେ ପଞ୍ଜାବ ୨୦ ଓଭରରେ ୧୯୦ ରନ କରିବାକୁ ସକ୍ଷମ ହୋଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଆକ୍ରମଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିଲା। ତେ​‌ବେ ୩୬ ରନରେ ଦଳ ୨ ଓପନର କ୍ରିସ୍‌ ଲାଇନ ଏବଂ ସୁନୀଲ ନାରିନଙ୍କ ଉଇକେଟ ହରାଇଥିଲା। କିନ୍ତୁ ଏହାପରେ ରବିନ ଉତ୍ଥାପା ଏବଂ ନିତିଶ ରାଣା ଧୂଆଁଧାର ବ୍ୟାଟିଂ କରିଥିଲେ। ଉତ୍ଥାପା ୫୦ ବଲରୁ ୬୭ ଏବଂ ରାଣା ୩୪ ବଲରୁ ୬୩ ରନ୍‌ କରି ବଡ଼ ଭାଗିଦାରି କରିଥିଲେ। ତେବେ ଶେଷରେ ଆନ୍‌ଦ୍ରେ ରସେଲ ମାତ୍ର ୧୭ ବଲରେ ୪୮ ରନ ହାସଲ କରି ଦଳକୁ ଏକ ବିରାଟ ସ୍କୋର ଭେଟି ଦେଇଥିଲେ। ଦଳ ୨୦ ଓଭରରେ ୪ ଉଇକେଟ ହରାଇ ୨୧୮ ରନ କରିଥିଲା।

- Advertisement -

୨୧୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ ଭଲ ଆରମ୍ଭ କରିଥିଲା। କିନ୍ତୁ ପ୍ରାରମ୍ଭରୁ ନିୟମିତ ବ୍ୟବଧାନରେ ୩ଟି ଉଇକେଟ ହରାଇବାରୁ ରନ୍‌ ଚେଜ କରିବାରେ ସମସ୍ୟା ହୋଇଥିଲା। ଦଳର ଷ୍ଟାର ପ୍ଲେୟାର କ୍ରିସ୍‌ ଗେଲ ମାତ୍ର ୨୦ ରନ୍‌ କରି ଆଉଟ ହୋଇଯିବା ପରେ ମୟଙ୍କ ଅଗ୍ରୱାଲ ଇନିଂସ ସମ୍ଭାଳିଥିଲେ। ସେ ୩୪ ବଲ ଖେଳି ୫୮ ରନ୍‌ ସଂଗ୍ରହ କରି ଆଉଟ ହୋଇଥିଲେ। ଏହା ପରେ ଡେଭିଡ ମିଲର ଏବଂ ମନଦୀପ ସିଂହ ପ୍ରଭାବୀ ପ୍ରଦର୍ଶନ କରିଥିଲେ ହେଁ ବିଜୟ ଲକ୍ଷ୍ୟ ହାସଲ କରିପାରି ନ ଥିଲେ। ମିଲର ୪୦ ବଲରେ ୫୯ ଏବଂ ମନଦୀପ ୧୫ ବଲରେ ୩୩ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଦଳ ୪ ଉଇକେଟ ହରାଇ ୧୯୦ ରନ କରିପାରିଥିଲା।

କୋଲକାତାର ଆନ୍‌ଦ୍ରେ ରସେଲଙ୍କୁ ମ୍ୟାନ୍‌ ଅଫ ଦ ମ୍ୟାଚ ବିବେଚିତ କରାଯାଇଥିଲା।

Hot this week

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

Related Articles

Popular Categories