ଚକଡ଼ା ଚିନ୍ତା : କ୍ଷେତରେ ନିଆଁ ଲଗାଇଲା ଚାଷୀ

କୋକସରା : କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ସିଉନୀ ଗ୍ରାମର ଚାଷୀ ପୃଥ୍ବୀରାଜ ବେହେରା ସୋମବାର ଚକଡ଼ା ଯୋଗୁଁ ନିଜ ଚାଷ ଜମିରେ ନିଆଁ ଲଗାଇ ଦେଇଥିବା ଘଟଣା ଦେଖିବାକୁ ମିଳିଛି। ପୃଥ୍ବୀରାଜ ନିଜର ୩ ଏକର ଜମିରେ ଚାଷ କରିଥିଲେ। ହେଲେ ପ୍ରାୟ ୧ ଏକର ଜମିରେ ଚକଡ଼ା ଯୋଗୁଁ ଚାଷ ନଷ୍ଟ ହୋଇଛି। ତେବେ ଚିନ୍ତାରେ ଭାରସାମ୍ୟ ହରାଇ ନିଆଁ ଲଗାଇ ଦେଇଥିବା ଜଣାପଡିଛି। ନିଆଁ ଲଗାଇଥିବା ଘଟଣା ପଞ୍ଚାୟତ କୃଷି କର୍ମଚାରୀ ଅବଗତ ହେବା ପରେ ଘଟଣାସ୍ଥଳ ସମ୍ପର୍କରେ ଜିଲା କୃଷି ଅଧିକାରୀ ଜେ.ସୂର୍ଯ୍ୟ ରାଓଙ୍କୁ ଜଣାଇଥିଲେ। ପରେ ଘଟଣାସ୍ଥଳକୁ ଜିଲ୍ଲା କୃଷି ଅଧିକାରୀ ସମେତ କୋକସରା କୃଷି ଅଧିକାରୀ ହେମାନନ୍ଦ ମାଝୀ, ଅତିରିକ୍ତ ତହସିଲଦାର ମୋହନ ଜେନା,ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ପହଞ୍ଚିଥିଲେ। ଏବଂ ନିଆଁ ଲାଗିଥିବା ଚାଷଜମି ଅନୁଧ୍ୟାନ କରିବା ସହ ଚାଷିଙ୍କୁ ଭେଟି ଘଟଣା ଉପରେ ଆଲୋଚନା କରିଥିଲେ। ତେବେ ଚାଷୀ ଜଣକ କୃଷି କର୍ମଚାରୀଙ୍କ ପରାମର୍ଶ ରେ ଚକଡ଼ା ରୋଗ ପ୍ରତିହତ ପାଇଁ ବିଭିନ୍ନ କୀଟନାଶକ ପ୍ରଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ନ ହେବା କାରଣରୁ ନିରାଶ ହୋଇ ନିଆଁ ଲଗେଇ ଦେଇଥିବା ଚାଷୀ କହିଛନ୍ତି। ତେବେ ବିଭାଗ ତରଫରୁ ଚାଷୀଙ୍କୁ ଏମିତି ପଦକ୍ଷେପ ନ ନେବାକୁ ଅନୁରୋଧ କରାଯାଇଛି। ଏବଂ ସରକାରୀ ନିୟମ ଅନୁସାରେ ଯାହା କ୍ଷତିପୂରଣ ରହିଛି ତାହା ଯୋଗାଇ ଦିଆଯିବ ନେଇ ଜିଲ୍ଲା କୃଷି ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

kalyan agarbati

Comments are closed.