www.samajalive.in
Saturday, December 6, 2025
26.1 C
Bhubaneswar

ସଚିନ ତେନ୍ଦୁଲକରଙ୍କ ୧୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ବିରାଟ କୋହଲି 

କାନବେରା : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ର ୩ୟ ମ୍ୟାଚ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି  ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି।

ଦ୍ରୁତତମ ବ୍ୟାଟସମ୍ୟାନ୍‌ ଭାବେ ଦିନିକିଆରେ ୧୨ ହଜାର ରନ୍‌ ସଂଗ୍ରହ କରିବା କ୍ଷେତ୍ରରେ ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି କୋହଲି । ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ମାତ୍ର ୨୩ ରନ୍‌ ଆବଶ୍ୟକ କରୁଥିଲେ କୋହଲି। କୋହଲି ନିଜର ୨୫୧ ମ୍ୟାଚର ୨୪୨ତମ ଇନିଂସରେ ୧୨ହଜାର ରନ୍ ପୂରଣ କରିଛନ୍ତି। ସଚିନ୍ ୩୦୯ ମ୍ୟାଚରେ ୩୦୦ ଇନିଂସରେ ୧୨ହଜାର ଦିନିକିଆ ରନ୍ ପୂରଣ କରିଥିଲେ କିନ୍ତୁ କୋହଲି ସଚିନଙ୍କଠାରୁ ୫୮ ଇନିଂସ ପୂର୍ବରୁ ଏହି ସଫଳତା ହାସଲ କରିଛନ୍ତି । ସଚିନଙ୍କ ନାଁରେ ଥିବା ୧୭ ବର୍ଷର ପୁରୁଣା ରେକର୍ଡକୁ ଏବେନିଜ ନାଁରେ କରାଇଛନ୍ତି ବିରାଟ । ସଚିନ୍ ୨୦୦୩ ୱାର୍ଲ୍ଡ କପରେ ପାକିସ୍ତାନ ବିପକ୍ଷ ମୁକାବିଲାରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଏହି ମ୍ୟାଚରେ ସଚିନ୍ ୯୮ ରନର ସ୍ମରଣୀୟ ଇନିଂସ୍ ଖେଳିଥିଲେ।

- Advertisement -


ଦିନିକିଆରେ ବିରାଟ କୋହଲି ୪୩ଟି ଶତକ ଓ ୬୦ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସଚିନଙ୍କଠାରୁ ଆଉ ୯ଟି ଶତକ ପଛରେ ରହିଛନ୍ତି ବିରାଟ । ଷଷ୍ଠ ଖେଳାଳି ଭାବରେ ୧୨ ହଜାର ରନ୍ କ୍ଲବରେ ନିଜ ନାଁ ଲେଖାଇଛନ୍ତି ବିରାଟ କୋହଲି ଦିନିକିଆରେ ୧୨ ହଜାର ରନ୍‌ ସଂଗ୍ରହ କରିବା ତାଲିକାରେ ସଚିନଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ରିକି ପଣ୍ଟିଂ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା, ସନତ ଜୟସୁରିଆ ଓ ମାହେଲା ଜୟବର୍ଦ୍ଧନେ ପ୍ରମୁଖ କ୍ରମାନ୍ବୟରେ ରହିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories