www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ଟିକା ବଣ୍ଟନ ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ଜୋରଦାର : ବିଡ଼ିଓଙ୍କ ଅଧ୍ୟକ୍ଷତାରେ ଗଠନ ହେବ ଟାସ୍କଫୋର୍ସ

ଭୁବନେଶ୍ୱର :ଦୀର୍ଘ ୮ମାସ ଧରି ବିଶ୍ୱକୁ ନାକେଦମ କରି ରଖିଥିବା କରୋନା ମହାମାରୀ ଏବେ ପରାଜିତ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଟିକା ଖୁବଶୀଘ୍ର ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କୁ ଆଶ୍ବସ୍ତ କରାଯିବା ପରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ତତ୍ପରତା ‌ଦେଖାଦେଇଛି। ପ୍ରଥମ ପର୍ଯ୍ୟାୟରେ କରୋନା ଟୀକା ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟସେବାରେ ନିୟୋଜିତ ସମସ୍ତ କୋଭିଡ଼ ଯୋଦ୍ଧାଙ୍କୁ ଦିଆଯିବ। ଏହାପରେ ବରିଷ୍ଠ ନାଗରିକ ଓ ଅନ୍ୟାନ୍ୟ ବର୍ଗଙ୍କୁ ବଣ୍ଟାଯିବ। ତେବେ ସରକାରଙ୍କ ପକ୍ଷରୁ ଗତମାସରେ ୩ଲକ୍ଷ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡିକର୍ମୀଙ୍କୁ ନେଇ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଆଜି ବିଭାଗ ପକ୍ଷରୁ ଏହାକୁ ଆଉ ଟିକିଏ ସରଳୀକରଣ କରାଯାଇ ବିକେନ୍ଦ୍ରୀକରଣ କରାଯାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିନାମା ପ୍ରକାଶ ପାଇଛି।

ଏଥିରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଦର୍ଶାଇଛନ୍ତି ଯେ ଖୁବଶୀଘ୍ର ବିଡ଼ିଓଙ୍କ ଅଧ୍ୟକ୍ଷତାରେ ଏକ ବ୍ଲକସ୍ତରୀୟ ଟାସ୍କଫୋର୍ସ ଗଠନ ହେବ। ସେଥିରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚସି)ମେଡିକାଲ ଅଫିସର ଆବାହକ କରିବେ। ଏହାବାଦ୍ ଜିଲା ଶିଶୁ ମଙ୍ଗଳ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ପଞ୍ଚାୟତ ପ୍ରତିନିଧିଙ୍କ ସହ ଏନସିସି, ଏନୱାକେଏସ, ଏନଏସଏସ, ପୂର୍ତ୍ତ ଓ ପଶୁସମ୍ପଦ ବିଭାଗରେ କାର୍ଯ୍ୟରତ ସ୍ବେଚ୍ଛାସେବୀ, ୟୁନିସେଫ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ, ରୋଟାରିଆନମାନେ ସଦସ୍ୟ ରହିବେ। ସେହିପରି ତହସିଲଦାରଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ ଟାସ୍କଫୋର୍ସ କମଟି ଗଠନ ହେବ। ପ୍ରତିଦିନ କେତେ ଟୀକା କାହାକୁ ଦିଆଗଲା ତା’ର ତଥ୍ୟ ‘କୋ-ଉଇନ୍’ ସଫ୍ଟୱେୟାରରେ ଅପଲୋଡ କରାଯିବ। ଏନେଇ ମାନବସମ୍ବଳ ଅଧିକାରୀମାନଙ୍କୁ ତାଲିମ ଦିଆଯିବ।

- Advertisement -

ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଯେତେ ସବୁ ସ୍ବାସ୍ଥ୍ୟ କର୍ମୀ ଓ କୋଭିଡ଼ ଯୋଦ୍ଧା ରହିଛନ୍ତି ସେମାନଙ୍କୁ ଦିଆଯିବ। ଏହି କାର୍ଯ୍ୟକ୍ରମ ଯେଭଳି ସୁରୁଖୁରୁରେ ଚାଲିବ ତାକୁ ଉଭୟ ଟାସ୍କଫୋର୍ସ ତଦାରଖ କରିବେ। ଯେଉଁଠାରେ ବ୍ୟତିକ୍ରମ ଉପଜିବ ସେଠାରେ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି। ସୂଚନାଯୋଗ୍ୟ ଯେ ଅକ୍ଟୋବରରେ ଶ୍ରୀ ମହାପାତ୍ର କୋଭିଡ଼ ଟୀକା ବଣ୍ଟନ ଲାଗି ଆଇଏମଏ ସଭାପତିଙ୍କ ସହିତ ଆୟୁଷ ସଂଘ, ନର୍ସିଂ ସଭାନେତ୍ରୀ, ପାରାମେଡିକାଲ ସଂଘ,ଘରୋଇ ମେଡିକାଲ ସଭାପତିକୁ ଅବଗତ କରାଇଥିଲେ। ଏହାକୁ ନେଇ ରାଜ୍ୟରେ କେତେ ସଂଖ୍ୟକ ସ୍ବାସ୍ଥ୍ୟ କର୍ମୀ ରହିଛନ୍ତି ତା’ର ଏକ ଡାଟା ବିଭାଗ ପ୍ରସ୍ତୁତ କରିଛି। କୋଭିଡ଼ ଟୀକା ଆସିବା ମାତ୍ରେ ଏହାକୁ କିଭଳି ଠିକଣା ଭାବେ ପରିଚାଳନା କରାଯିବ ସେନେଇ ପ୍ରସ୍ତୁତ ରହିବାକୁ ସବୁ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories