‘ବିଜେପି ଦଙ୍ଗାକାରୀକୁ ଧରେ, ଦଙ୍ଗାକାରୀମାନେ ସମାଜବାଦୀ ପାର୍ଟିକୁ ଯାଆନ୍ତି’

ନୂଆଦିଲ୍ଲୀ: ବଢ଼ୁୁଛି ନିର୍ବାଚନ ତାତି । ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଆରମ୍ଭ ହୋଇଛି । ଆଉ ଏହାରି ମଧ୍ୟରେ ଦଳଡିଆଁ କର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ନିର୍ବାଚନ ଜିତିବାକୁ କସରତ କରୁଛନ୍ତି ପ୍ରାର୍ଥୀ । କୋଭିଡ କଟକଣା ମଧ୍ୟରେ ଚଳିତ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ଭୋଟଙ୍କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀମାନେ ଚେଷ୍ଟା ଚଳାଇଛନ୍ତି । କାନପୁରର ପୋଲିସ କମିଶନର ଥିବା ଅସୀମ ଅରୁଣ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ଅସୀମ ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂ ଏବଂ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି । ଏହି ସମୟରେ ଅନୁରାଗ ଠାକୁର ତାଙ୍କର ବିବୃତି ରଖିଛନ୍ତି । ତାଙ୍କ ବିବୃତିରେ ସେ କହିଛନ୍ତି କି, ଯେଉଁମାନେ ଦଙ୍ଗା କରନ୍ତି, ସେମାନେ ସମାଜବାଦୀ ପାର୍ଟିକୁ ଯାଆନ୍ତି । ଯେଉଁମାନେ ବିଜେପିକୁ ଆସନ୍ତି, ସେମାନେ ଦଙ୍ଗାକାରୀଙ୍କୁ ଧରିଥାନ୍ତି ବୋଲି ସେ କହିଛନ୍ତି । ସେପଟେ ଉତ୍ତରପ୍ରଦେଶ ପରେ ବର୍ତ୍ତମାନ ଗୋଆର ବିଜେପି ପ୍ରାର୍ଥୀଙ୍କ ତାଲିକା ଖୁବ ଶୀଘ୍ର ପ୍ରକାଶ ପାଇବ। ଏଥିପାଇଁ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଦିଲ୍ଲୀ ଗସ୍ତ କରିଛନ୍ତି । ଦିଲ୍ଲୀରେ ପ୍ରାର୍ଥୀ ଚୟନ ନେଇ ମାନସମନ୍ଥନ ହେବ ବୋଲି ଜଣାପଡ଼ିଛି ।

Comments are closed.