www.samajalive.in
Saturday, December 6, 2025
19.1 C
Bhubaneswar

୪ ମାସ ପରେ ବାଜିବ ଶାହାନାଇ; ପରସ୍ପରର ହାତ ଧରିବେ ଆଥିୟା ଓ କେ.ଏଲ ରାହୁଲ

ମୁମ୍ବାଇ: ବଲିଉଡ଼ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟୀ ଓ କ୍ରିକେଟର କେ.ଏଲ ରାହୁଲ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ। ଦୀର୍ଘ ଦିନରୁ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ବିସିସିଆଇ ସୂତ୍ରରୁ ଏହାକୁ ନିଶ୍ଚିତ କରାଯାଇଛି।

ସୂଚନା ମୁତାବକ, ଆଥିୟା ଶେଟ୍ଟୀ ଏବଂ କେ.ଏଲ୍ ରାହୁଲ ପରସ୍ପର ସହ ନୂଆ ଜୀବନ ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଉଭୟ ଆସନ୍ତାବର୍ଷ ଜାନୁୟାରୀ ମାସରେ ବିବାହ କରିବେ। ଟି-୨୦ ବିଶ୍ୱକପ ୨୦୨୨ର କିଛି ମାସ ପରେ ଉଭୟଙ୍କ ବିବାହ ହେବ।

- Advertisement -

ଏ ଜାତୀୟ ସମ୍ବାଦ ସରବରାହ ସଂସ୍ଥାର ରିପୋର୍ଟ ଅନୁସାରେ, ଆଥିୟା ଓ ରାହୁଲ ମହାରାଷ୍ଟ୍ରରେ ବିବାହ କରିବେ। ଉଭୟଙ୍କ ବିବାହ ଖବରକୁ ବିସିସିଆଇ ସୂତ୍ରରୁ ନିଶ୍ଚିତ କରାଯାଇଛି। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, କେ.ଏଲ୍ ରାହୁଲ ମୋତେ କିଛି ଦିନ ପୂର୍ବରୁ କହିଥିଲେ ଯେ ସେ ଆସନ୍ତାବର୍ଷ ଆଥିୟା ଶେଟ୍ଟୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହାର କିଛିଦିନ ପରେ ଆଥିୟାଙ୍କ ପକ୍ଷରୁ ମଧ୍ୟ ମୋତେ ସମାନ କଥା କୁହାଯାଇଥିଲା। ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯିବ ଏବଂ ଏହାପରେ ଭାରତ ଫେରିବା ପରେ ଉଭୟ ମହାରାଷ୍ଟ୍ରରେ ବିବାହ କରିବେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories