www.samajalive.in
Sunday, December 7, 2025
18.1 C
Bhubaneswar

ଜିଓରେ ୧୧,୩୬୭ କୋଟି ଟଙ୍କା ନିବେଶ କରିବ କେକେଆର୍

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ଏବଂ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଭାବେ ପରିଚିତ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ଶୁକ୍ରବାର ଏକ ମହତ୍ୱପୂର୍ଣ୍ଣ ଘୋଷଣା କ୍ରମରେ ବିଶ୍ୱର ପ୍ରତିଷ୍ଠିତ ନିବେଶକାରୀ ସଂସ୍ଥା କେକେଆର୍ ପକ୍ଷରୁ ଜିଓ ପ୍ଲାଟଫର୍ମସରେ ୧୧,୩୬୭ କୋଟି ଟଙ୍କା ପୁଞ୍ଜିନିବେଶ କରିବ ବୋଲି ସୂଚନା ଦେଇଛନ୍ତି ।

ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଔଦ୍ୟୋଗିକ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ କେକେଆର୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣଭିତିରେ ବିଘଟିତ ହୋଇପାରୁଥିବା ୨.୩୨ ପ୍ରତିଶତ ଅଂଶଧନରେ ରୂପାନ୍ତରିତ ହେବ । ଏହା ହେଉଛି ଏସିଆରେ କେକେଆର୍‌ର ସର୍ବବୃହତ ପୁଞ୍ଜିନିବେଶ । ଗତ ଏକମାସ ମଧ୍ୟରେ ଫେସବୁକ୍‌, ସିଲଭର ଲେକ୍‌, ଭିସ୍ତା ଇକ୍ୱିଟି ପାର୍ଟନର୍ସ, ଜେନେରାଲ୍ ଆଟଲାଂଟିକ୍ ଏବଂ କେକେଆର୍ ଭଳି ବିଶ୍ୱର ବୈଷୟିକ କ୍ଷେତ୍ରର ଅଗ୍ରଣୀ ନିବେଶକାରୀମାନେ ଜିଓ ପ୍ଲାଟଫର୍ମରେ ୭୮,୫୬୨ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଲାଗି ଘୋଷଣା କରିଛନ୍ତି ।

- Advertisement -

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ କମ୍ପାନୀ ଭାବେ ଜିଓ ପ୍ଲାଟଫର୍ମ ହେଉଛି ଏକ ପରବର୍ତୀ ପିଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ ଯାହାକି ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ନେଇ ସମଗ୍ର ଭାରତରେ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି । ଦେଶର ୧୩୦ କୋଟି ଲୋକ ଏବଂ ବ୍ୟବସାୟଗୁଡିକ ପାଇଁ ଏକ ଡିଜିଟାଲ୍ ଇଣ୍ଡିଆକୁ ସକ୍ଷମ କରିବା ଯାହା ଛୋଟ ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟ ଏବଂ କୃଷକମାନଙ୍କୁ ସାମୂହିକ ଅଭିବୃଦ୍ଧିର ଫଳ ପ୍ରଦାନ କରିପାରିବ ।

୧୯୭୬ରେ ପ୍ରତିଷ୍ଠାଲାଭ କରିଥିବା କେକେଆର୍ ଏହାର ପ୍ରାଇଭେଟ ଇକ୍ୱିଟି ଏବଂ ଟେକ୍ନୋଲୋଜି ଅଭିବୃଦ୍ଧି ପାଣ୍ଠି ମାଧ୍ୟମରେ ଅଗ୍ରଣୀ ବିଶ୍ୱସ୍ତରୀୟ ଉଦ୍ୟୋଗ ଗଠନ ଏବଂ ବୈଷୟିକ କ୍ଷେତ୍ରରେ ବ୍ୟବସାୟ ଗୁଡିକରେ ସଫଳତାର ସହ ନିବେଶର ଏକ ଦୀର୍ଘ ଇତିହାସ ସୃଷ୍ଟି କରିଛି । ଏହା ନିବେଶ କରିଥିବା ବିଶ୍ୱର ପ୍ରମୁଖ ବ୍ୟବସାୟଗୁଡିକ ମଧ୍ୟରେ ରହିଛି ବିଏମସି ସଫ୍ଟୱେୟାର, ବାଇଟ୍ ଡାନ୍ସ ଏବଂ ଗୋଜେକ ଭଳି ବୈଷୟିକ ଉଦ୍ୟୋଗ । ପ୍ରାରମ୍ଭରୁ ଏହି ସଂସ୍ଥା ବୈଷୟିକ କମ୍ପାନୀଗୁଡିକରେ ୩୦ ବିଲିୟନ ଡଲାରରୁ ଅଧିକ (ମୋଟ ଏଂଟରପ୍ରାଇଜ୍ ମୂଲ୍ୟ) ବିନିଯୋଗ କରିଛି ଏବଂ ବର୍ତ୍ତମାନ ଏହାର ଟେକ୍ନୋଲୋଜି ପୋର୍ଟଫୋଲିଓରେ ବୈଷୟିକ, ମିଡିଆ ଏବଂ ଟେଲିକମ୍ କ୍ଷେତ୍ରରେ ୨୦ରୁ ଅଧିକ କମ୍ପାନୀ ରହିଛନ୍ତି । ଏଥିସହ ୨୦୦୬ ମସିହାରୁ ଭାରତରେ ପୁଞ୍ଜି ବିନିଯୋଗ କରିଆସୁଥିବା କେକେଆର ପାଇଁ ଭାରତ ଏକ ପ୍ରମୁଖ ରଣନୀତିକ ବଜାର ରହିଆସିଛି ।

ଏହି ସହଭାଗିତା ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି, “ପ୍ରତ୍ୟେକ ଭାରତୀୟଙ୍କୁ ସୁବିଧା ପହଞ୍ଚାଇବା ଲକ୍ଷ୍ୟରେ ଭାରତର ଡିଜିଟାଲ ଇକୋସିଷ୍ଟମର ଅଭିବୃଦ୍ଧି ତଥା ପୁନର୍ବିନ୍ୟାସ ଦିଗରେ ଆମର ଯାତ୍ରାରେ କେକେଆର ଭଳି ବିଶ୍ୱର ଅନ୍ୟତମ ଅଗ୍ରଣୀ ଓ ସମ୍ମାନସ୍ପଦ ଆର୍ଥିକ ନିବେଶକାରୀ କେକେଆର୍‌କୁ ଅଂଶୀଦାର ଭାବେ ସ୍ୱାଗତ କରି ସେ ଆନନ୍ଦିତ । ଭାରତରେ ଏକ ପ୍ରିମିୟର୍ ଡିଜିଟାଲ୍ ସୋସାଇଟି ଗଠନ କରିବାର ଆମର ମହତ୍ୱପୂର୍ଣ୍ଣ ଲକ୍ଷ୍ୟ ସାଧନରେ କେକେଆର୍ ଅଂଶ ବିଶେଷ ହୋଇପାରିଛି । ଅଗ୍ରଣୀ ଉଦ୍ୟୋଗଗୁଡିକ ପାଇଁ ମୂଲ୍ୟବାନ ଅଂଶୀଦାର ହେବାରେ କେକେଆର୍‌ର ଏକ ପ୍ରମାଣିତ ଟ୍ରାକ୍ ରେକର୍ଡ ରହିଛି ଏବଂ ବହୁ ବର୍ଷ ଧରି ଭାରତ ପ୍ରତି ଏହାର ପ୍ରତିବଦ୍ଧତା ରହିଆସିଛି । ଜିଓକୁ ଆହୁରି ଆଗକୁ ବଢ଼ାଇବା ପାଇଁ ଆମେ କେକେଆର୍‌ର ବିଶ୍ୱସ୍ତରୀୟ ପ୍ଲାଟଫର୍ମ, ଉଦ୍ୟୋଗଭିତ୍ତକ ଜ୍ଞାନ ଏବଂ ପରିଚାଳନା ଅଭିଜ୍ଞତାର ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛୁ ।”

କେକେଆରର ସହ-ପ୍ରତିଷ୍ଠାତା ତଥା ସହ-ସିଇଓ ହେନେରୀ କ୍ରାଭିସ୍ କହିଛନ୍ତି, “ଜିଓ ପ୍ଲାଟଫର୍ମ୍‌ସ ଭାରତରେ ଡିଜିଟାଲ୍ ଇକୋସିଷ୍ଟମରେ ଆଣୁଥିବା ବୈପ୍ଳବିକ ପରିବର୍ତ୍ତନ ସାରା ବିଶ୍ୱରେ ଅନନ୍ୟ ଏବଂ ବିଶ୍ୱସ୍ତରରେ ଗୋଟିଏ ଦେଶର ଡିଜିଟାଲ୍ ବ୍ୟବସ୍ଥାରେ ଏଭଳି ପୁନର୍ବିନ୍ୟାସ କ୍ଷମତା ଖୁବ୍ କମ୍ କମ୍ପାନୀଙ୍କ ପାଖରେ ରହିଛି । ଜିଓ ପ୍ଲାଟଫର୍ମ୍‌ସ ହେଉଛି ଭାରତର ଏକ ପ୍ରକୃତ ସ୍ୱଦେଶୀ ତଥା ପରବର୍ତୀ ପିିଢ଼ିର ଅଗ୍ରଣୀ ଟେକ୍ନୋଲୋଜି ଉଦ୍ୟୋଗ ଯାହା ଦେଶରେ ଚାଲିଥିବା ଡିଜିଟାଲ୍ ବିପ୍ଳବ ମଧ୍ୟରେ ସାରା ଦେଶରେ ବୈଷୟିକ ସମାଧାନ ଏବଂ ସେବା ପ୍ରଦାନ କରିବାର ଅନନ୍ୟ କ୍ଷମତା ରଖିଛି । ଆମେ ଜିଓ ପ୍ଲାଟଫର୍ମର ଉତ୍ସାହଜନକ ଓ ପ୍ରଭାବଶୀଳ ଗତି, ବିଶ୍ୱସ୍ତରୀୟ ନବସୃଜନ (ଇନୋଭେସନ୍‌) ଏବଂ ଦୃଢୃ ନେତୃତ୍ୱ ଟିମ୍‌କୁ ଦୃଷ୍ଟିରେ ରଖି ନିବେଶ କରୁଛୁ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ନିବେଶକୁ ଭାରତ ଏବଂ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀଗୁଡିକୁ ସମର୍ଥନ କରିବା ନେଇ କେକେଆର୍‌ର ପ୍ରତିବଦ୍ଧତାର ପରିଚାୟକ ଭାବରେ ଆମେ ଦେଖୁଛୁ ” । କେକେଆର୍ ଏହାର ଏସିଆ ଘରୋଇ ଇକ୍ୱିଟି ଏବଂ ଅଭିବୃଦ୍ଧି ଟେକ୍ନୋଲୋଜି ପାଣ୍ଠିରୁ ଏହି ନିବେଶ କରୁଛି । ଏହି ସହଭାଗିତା ନିୟାମକ ଏବଂ ଅନ୍ୟାନ୍ୟ ଆବଶ୍ରକୀୟ ଅନୁମୋଦନ ପ୍ରକ୍ରିୟା ଅଧୀନ ଅଟେ ।

 

 

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories