www.samajalive.in
Sunday, December 14, 2025
16.1 C
Bhubaneswar

ଦୁଇ ଦିବ୍ୟାଙ୍ଗ ଯୁବତୀଙ୍କୁ ସାହା ହେଲା କିସ୍‍ ଫାଉଣ୍ଡେସନ୍‍

ଭୁବନେଶ୍ୱର: ଦୁଇ ଦିବ୍ୟାଙ୍ଗ ଯୁବତୀଙ୍କୁ ସାହା ହୋଇଛି କିସ୍‍ ଫାଉଣ୍ଡେସନ୍‍। କନ୍ଧମାଳ ଜିଲା ଅନ୍ତର୍ଗତ ଦାରିଙ୍ଗବାଡ଼ି ଅଞ୍ଚଳର ଜ୍ୟୋତ୍ସ୍ନା ମାଝୀ ଓ ସୋନପୁରର ଲକ୍ଷ୍ମୀ ପାତ୍ର ଦୁଇ ଦିବ୍ୟାଙ୍ଗ ଯୁବତୀ ହେଉଛନ୍ତି ଦୁଇ ବାନ୍ଧବୀ। ଏହି ଦୁଇ ଦିବ୍ୟାଙ୍ଗ ଯୁବତୀ ପରିବାର ଉପରେ ବୋଝ ନ ହୋଇ ନିଜକୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ନିଜ ନିଜର ଘର ଛାଡ଼ି ଭୁବନେଶ୍ୱର ଚାଲି ଆସିଥିଲେ। ଏଠାରେ ଧନ୍ଦାମୂଳକ ତାଲିମ ନେବା ପରେ ଜ୍ୟୋତ୍ସ୍ନା ଡିଟିପି ଏବଂ ଲକ୍ଷ୍ମୀ ଟେଲରିଂ କରି ରୋଜଗାର କରିବା ଆରମ୍ଭ କରିଥିଲେ। କିନ୍ତୁ କରୋନା ସବୁ କିଛି ଓଲଟପାଲଟ କରିଦେଲା। ଦୁଇ ବାନ୍ଧବୀଙ୍କ ରୋଜଗାର ଚାଲିଗଲା ଏବଂ ଘରଭଡ଼ା ଦେଇ ନ ପାରିବାରୁ ଘର ମାଲିକ ଘରୁ ବାହର କରିଦେଲେ। ଶେଷରେ ସେମାନେ ଅନନ୍ୟୋପାୟ ହୋଇ ଭାଗ୍ୟକୁ ଆଦରି ଦୀର୍ଘ ୪ମାସ ହେଲା ଏକ ସ୍କୁଲ୍‍ ଘରେ ପଡ଼ିରହିଥିଲେ।

କିସ୍‍ ଫାଉଣ୍ଡେସନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କ ଦୁର୍ଦଶା ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ ସେମାନଙ୍କୁ ସହାୟତା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଜ୍ୟୋସ୍ନା ଓ ଲକ୍ଷ୍ମୀ ଆଜି କିସ୍ରେପ ଶ୍ରୀ ସାମନ୍ତଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କଠାରୁ ଶ୍ରୀ ସାମନ୍ତ ସେମାନଙ୍କ ଦୁର୍ଦଶା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଶ୍ରୀ ସାମନ୍ତ ସେମାନଙ୍କୁ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ସମସ୍ତ ପ୍ରକାର ସହାୟତା କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ। ଖୁବ୍ଶୀକଘ୍ର କିସ୍ରେପ ସେମାନଙ୍କ ରହିବା ବ୍ୟବସ୍ଥା କରାଯିବା ସହ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ବର୍ତ୍ତମାନ ସେମାନଙ୍କ ଚଳିବା ପାଇଁ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ଶ୍ରୀ ସାମନ୍ତ ଉଭୟଙ୍କୁ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। କିସ୍‍ ଫାଉଣ୍ଡେସନ୍ରା ଏହି ମହନୀୟତା ପାଇଁ ଜ୍ୟୋତ୍ସ୍ନା ଓ ଲକ୍ଷ୍ମୀ କିସ୍‍ ଫାଉଣ୍ଡେସନ୍‍ ଏବଂ ଶ୍ରୀ ସାମନ୍ତଙ୍କୁ ସାଧୁବାଦ ଜଣାଇଛନ୍ତି। ଆମକୁ କିସ୍‍ ଫାଉଣ୍ଡେସନ୍‍ ଓ ଶ୍ରୀ ସାମନ୍ତ ରାହା ଯୋଗାଇ ଦେଇଛନ୍ତି ବୋଲି ସେମାନେ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories