www.samajalive.in
Wednesday, December 10, 2025
15.1 C
Bhubaneswar

କୃଷକ ଓ ଗୃହମନ୍ତ୍ରୀଙ୍କ ମଧ୍ୟରେ ବୈଠକ:୪ଟି ସର୍ତ୍ତ ପୂରଣର ପ୍ରତିଶ୍ରୁତି

ନୂଆଦିଲ୍ଲୀ:ଦାବି ପୂରଣ ପାଇଁ ହରିଦ୍ୱାରରୁ ପାଦରେ ଚାଲିଚାଲି ଦିଲ୍ଲୀ ଆସୁଥିବା କୃଷକ ଶୋଭାଯାତ୍ରା ଦିଲ୍ଲୀ ସୀମାରେ ପହଞ୍ଚିବା ପରେ ଶୋଭାଯାତ୍ରାକୁ ପ୍ରଶାସନ ପକ୍ଷରୁ ଅଟକାଇ ଦିଆଯାଇ ଥିଲା। ୟୁପି-ଦିଲ୍ଲୀ ସୀମାକୁ ପୁଲିସ ବନ୍ଦ କରିଦେଇଥିବାବେଳେ କୃଷକମାନେ ବ୍ୟାରିକେଟ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଫଳରେ ପୁଲିସ ପକ୍ଷରୁ ଲାଠି ଚାର୍ଜ ଓ ଲୁହବୁହା ଗ୍ୟାସର ପ୍ରୟୋଗ କରାଯାଇ ଥିଲା। ସୀମାନ୍ତରେ କୃଷକ-ପୁଲିସର ଏହି ଖଣ୍ଡଯୁଦ୍ଧକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କ ଏଭଳି ବର୍ବରତାକୁ ସମାଲୋଚନା କରିଥିଲେ।
ଇତିମଧ୍ୟରେ କୃଷକ ନେତୃମଣ୍ଡଳୀଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। କୃଷକଙ୍କ ପ୍ରମୁଖ ୪ଟି ଦାବିକୁ କେନ୍ଦ୍ର ସରକାର ମାନି ନେଇଥିବା ଗଣମାଧ୍ୟମରେ ସୂଚନା ଦିଆଯାଇଛି।
ଭାରତୀୟ କୃଷକ ସଂଘର ମହାସଚିବ ଯୁଦ୍ଧବୀର ସିଂହ ମଧ୍ୟ ବୈଠକ ପରେ ସରକାର ତାଙ୍କ ପ୍ରମୁଖ ଦାବିଗୁଡ଼ିକ ମାନି ନେଇଥିବା ପ୍ରକାଶ କରିଛନ୍ତି। ମାନି ନେଇଥିବା ଦାବିଗୁଡ଼ିକ ମଧ୍ୟରୁ
୧. କୃଷି ଉପକରଣରେ ଜିଏସଟି ୫ପ୍ରତିଶତ ମଧ୍ୟରେ ସୀମିତ ରହିବ।
୨.ଡିଜେଲ ଚାଳିତ ପୁରୁଣା ଟ୍ରାକ୍ଟର ଉପରେ ଏନଜିଟିର ନିଷେଧାଜ୍ଞାକୁ ଉଠାଇ ନିଆଯିବ।
୩. ଏମଏସପି ସମ୍ବନ୍ଧିୟ କୃଷକଙ୍କୁ କମ୍‍ ମୂଲ୍ୟରେ ସାମଗ୍ରୀ ବିକ୍ରିକୁ ଆଇନ ଦ୍ୱାରା ସମାଧାନ କରାଯିବା ସହ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ନିରୂପଣ ନିମନ୍ତେ ସ୍ୱତନ୍ତ୍ର ଆଇନର ବ୍ୟବସ୍ଥା କରାଯିବ।
୪. ଫସଲ ବୀମା ପ୍ରକ୍ରିୟା ଆରମ୍ଭ ହେବ।
ଅପରପକ୍ଷରେ କୃଷକଙ୍କୁ ସମ୍ପୂର୍ଣ୍ଣ ଋଣ ଛାଡ଼ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ସମାଧାନର ବାଟ ଖୋଲି ନାହିଁ। ତେଣୁ କୃଷକ ନେତା ସରକାରଙ୍କ ପ୍ରତିଶ୍ରୁତିକୁ ନେଇ କୃଷକଙ୍କ ସହ ଆଲୋଚନା କରିବା ପରେ ଆଗାମୀ ରଣନୀତି ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କୃଷକଙ୍କ ପକ୍ଷରୁ କୁହାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories