www.samajalive.in
Saturday, December 6, 2025
14.1 C
Bhubaneswar

ଫେସବୁକ୍‌ରେ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଉଥିବା କିରଣ ଯାଦବ ଗିରଫ

ପାଟନା: ସୋସିଆଲ ମିଡିଆ ଫେସବୁକରେ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଉଥିବା ବିହାରର କିରଣ ଯାଦବଙ୍କୁ ପୁଲିସ ଗିରଫ କରିଛି। କିରଣ ବାରମ୍ବାର ଅଶ୍ଳୀଳ ମନ୍ତବ୍ୟ ଦେଇ ଲୋକମାନଙ୍କ ଧାର୍ମିକ ଭାବନାକୁ ଆଘାତ କରୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା। ଏହି ଏତଲା ଆଧାରରେ ତାଙ୍କୁ ପୁଲିସ ଗିରଫ କରିଛି।

କିଛି ଦିନ ତଳେ କିରଣ ଏକ ଭିଡିଓ ଭାଇରାଲ କରିଥିଲେ। ସେଥିରେ ସେ ଭଗବାନ୍‌ ରାମ, ସୀତା ଏବଂ ଦଶରଥଙ୍କ ସମ୍ପର୍କରେ ଅଶ୍ଳୀଳ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଥିଲା। ଏହା ସହିତ ସେ ରାଜପୁତଙ୍କ ବିରୋଧରେ ବି ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ସେ ଲୋକଙ୍କ ଧାର୍ମିକ ଭାବନାକୁ ଉସୁକାଉଥିବା ଅଭିଯୋଗ ହୋଇଥିଲା।

- Advertisement -

ହଜିପୁର ଥାନରେ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା ଯେ, ସେ ଧାର୍ମିକ, ସାମ୍ପ୍ରଦାୟିକ ଏବଂ ଜାତିଗତ ଭାବନା ତଥା ସୌହାର୍ଦ୍ଦ୍ୟକୁ ବିଗାଡ଼ିବା ଉଦ୍ଦେଶଞରେ ଏହି ଭିଡିଓ ପ୍ରସ୍ତୁତ କରି ଭାଇରାଲ କରିଛନ୍ତି। ନିଜକୁ ସାମାଜିକ କାର୍ଯ୍ୟକର୍ତ୍ତା ଦର୍ଶାଉଥିବା କିରଣ ବିହାରର ବୈଶଳୀ ଜିଲା ଅନ୍ତର୍ଗତ ଜାନ୍ଦପୁରା ଅଞ୍ଚଳରେ ରୁହନ୍ତି। ସେ ସାମାଜିକ, ରାଜନୈତିକ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥାନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories