www.samajalive.in
Saturday, December 6, 2025
15.1 C
Bhubaneswar

‘ଆନିମଲ୍‌’, ‘କଳ୍କି’କୁ ପଛରେ ପକାଇ ବାଜି ମାରିଲା ‘ଲାପତା ଲେଡିଜ୍’: ଓସ୍କାର ପାଇଁ ମନୋନୀତ

ସମାଜ ଡିଜିଟାଲ ଡେସ୍କ: କିରଣ ରାଓ ନିର୍ଦେଶିତ ଚଳଚ୍ଚିତ୍ର ‘ଲାପତା ଲେଡିଜ୍‌’ ଓସ୍କାର ୨୦୨୫ ଦୌଡ଼ରେ ସାମିଲ ହୋଇଛି। ଏନେଇ ଫିଲ୍ମ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଜିଓ ଷ୍ଟୁଡିଓଜ୍ ଏବଂ ଅମୀର ଖାନ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ଏକାଡେମୀ ଆଓ୍ବାର୍ଡରେ ଦେଶର ପ୍ରତିନିଧିତ୍ୱ କରିବ। ଫେଡେରେସନ ନିକଟକୁ ଚଳିତ ବର୍ଷ ୨୯ଟି ଚଳଚ୍ଚିତ୍ରର ତାଲିକା ଆସିଥିବାବେଳେ ସେଥି ମଧ୍ୟରୁ ମନୋନୀତ ହୋଇଛି ଦେଶୀ କାହାଣୀ ‘ଲାପତା ଲେଡିଜ୍’। ଏହି ୨୯ ଚଳଚ୍ଚିତ୍ର ମଧ୍ୟରେ ‘ଆନିମଲ୍‌’, ‘କଳ୍କି ୨୮୯୮ ଏଡି’, ‘ଚନ୍ଦୁ ଚମ୍ପିଆନ୍‌’, ‘ଶ୍ରୀକାନ୍ତ’ ଏବଂ ‘ମୈଦାନ’ ଆଦି ଚଳଚ୍ଚିତ୍ର ସାମିଲ ଥିଲା। ଏ ସମସ୍ତ ଫିଲ୍ମକୁ ପଛରେ ପକାଇ ବାଜି ମାରିଛି ‘ଲାପତା ଲେଡିଜ୍‌’।

 

- Advertisement -

 

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories