www.samajalive.in
Saturday, December 6, 2025
16.1 C
Bhubaneswar

ଖୋର୍ଦ୍ଧା ଜିଲା ଆଇନ ସେବା ପ୍ରାଧିକରଣଙ୍କ ଆଇନ ସେବା ସମ୍ବନ୍ଧୀୟ ଆଲୋଚନାଚକ୍ର

ଭୁବନେଶ୍ବର:  ଜିଲା ଆଇନ ସେବା ପ୍ରାଧିକରଣ ଖୋର୍ଦ୍ଧା, ପୁରୀ, କଟକ ଏବଂ ନୟାଗଡ଼ ଙ୍କ ଅଧୀନରେ ଥିବା ତାଲିକା ଭୁକ୍ତ ଆଇନଜୀବୀ, ନ୍ୟାୟ ଅଧିକାର ମୀତ୍ର, ଆରକ୍ଷୀ ଅଧିକାରୀ, ନ୍ୟାୟ ରକ୍ଷକ ଓ ଆଇନ ଛାତ୍ର ଛାତ୍ରୀମାନଙ୍କୁ ନେଇ ଏକ ଦିନିକିଆ ଆଲୋଚନାଚକ୍ର ସ୍ଥାନୀୟ ଭଞ୍ଜକଳା ମଣ୍ଡପ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା  ଓଡ଼ିଶା ହାଇକୋର୍ଟ ବିଚାରପତି ଅରିନ୍ଦମ ସିହ୍ନା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ଜଷ୍ଟିସ ସିହ୍ନା ବିଭିନ୍ନ ଆଇନଗତ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଏହାର ଜନାଭିମୁଖି ସଫଳତା ଏବଂ ଅଭାବ ଅସୁବିଧା ସଂପର୍କରେ ଆଲୋଚନା କରିବା ସହ ଆବଶ୍ୟକୀୟ ସୁବ୍ୟବସ୍ଥା ଯୋଗାଇଦେବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ସଦସ୍ୟ ସଚିବ ଓଡ଼ିଶା ରାଜ୍ୟ ଆଇନ ସେବପ୍ରଧିକରଣ ସୁଦୀପ୍ତ ଆଚାର୍ଯ୍ୟ ଯୋଗ ଦେଇ ଜାତୀୟ ତଥା ରାଜ୍ୟ ଆଇନ ସେବା ପ୍ରଧିକରଣଙ୍କ ଦ୍ଵାରା ପ୍ରଣୀତ ବିଭିନ୍ନ ବିଧି ବ୍ୟବସ୍ଥା ଓ ଏହାର ସୁଫଳ ସଂପର୍କରେ ଆଲୋକପାତ କରାଇଥିଲେ।

- Advertisement -

ପ୍ରାରମ୍ଭରେ ଜିଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ ଜିଲା ଆଇନ ସେବା ପ୍ରାଧିକରଣ, ଖୋର୍ଦ୍ଧା ନିଶିଥ ନିଶାଙ୍କ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ଖୋର୍ଦ୍ଧା ଜିଲା ଆଇନ ସେବା ପ୍ରାଧିକରଣଙ୍କ କାର୍ଯ୍ୟାଳୟର ଚଳିତ ବର୍ଷର ସମୁଦାୟିକ ସଫଳତା ସମ୍ପର୍କରେ ସାମୁହିକ ସଫଳତା ସମ୍ପର୍କିତ ସମସ୍ତ ସୂଚନା ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।

ଉକ୍ତ କାର୍ଯ୍ୟକ୍ର ରେ ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରାଣାଙ୍କ ସମେତ ବହୁ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଖୋର୍ଦ୍ଧା ଜିଲା ଆଇନ ସେବା ପ୍ରାଧିକରଣ ଙ୍କ ସଚିବ ସୌଦାମିନୀ ସିଂହ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ସହ ସଚିବ ସୃଜନ ସାରସ୍ଵତ, କୋର୍ଟ ମ୍ୟାନେଜର ଶଶିକାନ୍ତ ପ୍ରଧାନଙ୍କ ସମେତ ଜିଲା ଅଦାଲତ ଏବଂ ଖୋର୍ଦ୍ଧା ଜିଲା ଆଇନ ସେବା ପ୍ରାଧିକରଣଙ୍କ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories