www.samajalive.in
Saturday, December 13, 2025
27.1 C
Bhubaneswar

ପାଣି ସୁଅରେ ଭାଷି ଚାଷୀ ମୃତ

ଖୋର୍ଦ୍ଧା:ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଖୋର୍ଦ୍ଧା ଜିଲାରେ ଧନ ଜୀବନ ପ୍ରଭାବିତ ହୋଇଛି । ଧାନ କ୍ଷେତ ବୁଲିବାକୁ ଯାଇ ପାଣି ସୁଅରେ ଭାସି ଯାଇ ଟାଙ୍ଗି ତହସିଲ ନୂଆଗଡ ପଂଚାୟତ ମୋରମୋରସିଂହ ଗାଁର ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ କମ୍ବେଶ୍ୱର ପାଟଶାଣୀ(୨୯)। ଇନ୍ଦିରା ବନ୍ଧ ଓ ପାହାଡିଆ ପାଣି ଆସି ଗାଁ ନିକଟରେ ଥିବା ବିଲ ଜଳମଗ୍ନ ରହିଛି। କମ୍ବେଶ୍ୱର ବିଲର ଫସଲ ଦେଖିବାକୁ ଯାଇଥିବା ବେଳେ ପନ୍ଦର ମାଣ ନାଳରେ ନାଳରେ ଭାସିଯାଇଥିଲେ। ପାଖରେ ଥିବା ଲୋକମାନେ ଡାକପକାଇବାରୁ ଗାଁ ଲୋକ ଯାଇ ପାଣି ସୁଅରୁ ଉଦ୍ଧାର କରିଥିଲେ।

 

- Advertisement -

ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ନିରାକାରପୁର ଥାନା ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି। ସ୍ଥାନୀୟ ସରପଂଚଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଆମେ ଟାଙ୍ଗୀ ତହସିଲଦାର ଓ ମଣ୍ଡଳଉନ୍ନୟନ ଅଧିକାରୀଙ୍କୁ ଏନେଇ ଜଣାଇଛୁ। ମୃତ କମ୍ବେଶ୍ୱର ମାତ୍ର ୫ ମାସ ତଳେ ବିବାହ କରିଥିଲେ। ଏହି ଅସହାୟ ପରିବାରକୁ ସହାୟତା ପାଇଁ ସ୍ଥାନୀୟ ଲୋକ ଦାବିକରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories