www.samajalive.in
Saturday, December 6, 2025
17.1 C
Bhubaneswar

ଖୋର୍ଦ୍ଧା ଜିଲା ମୁଖ୍ୟଚିକିତ୍ସାଳୟର ଜଣେ ଡ଼ାକ୍ତର କରୋନା ପଜିଟିଭ

ଖୋର୍ଦ୍ଧା : ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ସମେତ ସଦର ମହକୁମାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ମଙ୍ଗଳବାର ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଆଗ ଧାଡ଼ିର କରୋନା ଯୋଦ୍ଧା ତଥା ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କ ବୟସ ୪୮ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।ଡାକ୍ତରଙ୍କ ଠାରେ କରୋନା ପଜେଟିଭ ଚିହ୍ନଟ ହେବା ପରେ ଚିକିତ୍ସାଳୟ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସାନିଟାଇଜ କରାଯାଇଛି। ଏପରିକି ଚିକିତ୍ସାଳୟର ଓପିଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଶ୍ୱରଞ୍ଜନ ପତି ସୂଚନା ଦେଇଛନ୍ତି । ଏହାସହ ସତର୍କତା ପଦକ୍ଷେପ ରୂପେ ଜଣେ ରୋଗୀଙ୍କ ସହ କେବଳ ଜଣେ ସମ୍ପର୍କୀୟ ରହିବାକୁ ଅନୁମତି ଦିଆଯାଇଛି। ଗୋଟିଏ ଗେଟ ମଧ୍ୟ ଦେଇ ମେଡ଼ିକାଲକୁ ପ୍ରବେଶ ପାଇଁ ଅନୁମତି ମିଳିଛି। ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏଡ଼ିଏମଓଙ୍କ ଠାରୁ ସୂଚନା ମିଳିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories