www.samajalive.in
Friday, December 5, 2025
17.1 C
Bhubaneswar

ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା!

ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ପାଇଁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ନେଇ ଶୁକ୍ରବାର ଖବର ମିଳିଛି। ପ୍ରିନ୍ସିପାଲ ମୋବାଇଲ ନେଇଯିବାରୁ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ସ୍କୁଲ ପରିସର ଏକ ଗଛରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଗଜପତି ଜିଲାର ଦଶମ ଶ୍ରେଣୀର ଛାତ୍ର ହୋଇଥିବା ନେଇ ସୂଚନା ମିଳିଛି। ୬ଷ୍ଠ ଶ୍ରେଣୀରୁ ଗଜପତିରୁ ଆସି ହଷ୍ଟେଲରେ ରହି ପାଠ ପଢୁଥିଲେ। ଗତକାଲି ରାତିରେ ଛାତ୍ରର ମୋବାଇଲ ପ୍ରିନ୍ସିପାଲ ନେଇଯାଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories