www.samajalive.in
Saturday, December 6, 2025
14.1 C
Bhubaneswar

ଲଣ୍ଡନରେ ଜୟଶଙ୍କରଙ୍କୁ ଆକ୍ରମଣ ଉଦ୍ୟମ

ସମାଜ ଡିଜିଟାଲ ଡେସ୍କ: ଲଣ୍ଡନରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଆକ୍ରମଣ ଉଦ୍ୟମ କରାଯାଇଛି। ଖଲିସ୍ତାନୀ ଆତଙ୍କବାଦୀମାନେ ଜୟଶଙ୍କରଙ୍କ କାରକୁ ଅଟକାଇ ଆକ୍ରମଣ କରିବା ସହିତ ଗାଡ଼ି ସାମ୍ନାରେ ଭାରତୀୟ ପତାକାକୁ ଚିରି ଦେଇଥିଲେ। ଚଥାମ ହାଉସ ଥିଙ୍କ ଟ୍ୟାଙ୍କ କାର୍ଯ୍ୟକ୍ରମରେ ଜୟଶଙ୍କର ଯୋଗଦେଇ ଫେରିବା ସମୟରେ ଏଭଳି ଅପ୍ରୀତିକର ଘଟଣା ଘଟିଛି। ଏହା ସହିତ ବହୁ ଖଲିସ୍ତାନୀ ଆତଙ୍କୀ ରାସ୍ତାପାର୍ଶ୍ବରେ ବିରୋଧ ପ୍ରଦର୍ଶନ କରିଥିଲେ।

ଜୟଶଙ୍କରଙ୍କୁ ଆକ୍ରମଣ ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଜୟଶଙ୍କରଙ୍କ କାର ଆଗକୁ ଦୌଡ଼ିଯାଉଛି ଏବଂ ସେଠାରେ ଲଣ୍ଡନ ପୁଲିସ ସମ୍ମୁଖରେ ଭାରତୀୟ ଜାତୀୟ ପତାକାକୁ ଚିରି ଦେଉଛି। ଜୟଶଙ୍କରଙ୍କ ଗାଡ଼ିକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ବ୍ୟକ୍ତି ଜଣକ ଏଭଳି ଆଚରଣ କରିବା ସମୟରେ ପୁଲିସ ନୀରବ  ରହିଥିବା ଦେଖିବାକୁ ମିଳିଛି।

- Advertisement -

ସୂଚନାଯୋଗ୍ୟ, ଜୟଶଙ୍କର ବର୍ତ୍ତମାନ ମାର୍ଚ୍ଚ ୪ରୁ ୯ ପର୍ଯ୍ୟନ୍ତ ବ୍ରିଟେନ ଗସ୍ତରେ ରହିଛନ୍ତି। ଏହି ସମୟରେ ସେ ବ୍ରିଟିଶ ବୈଦେଶିକ ସଚିବ ଡେଭିଡ ଲାମିଙ୍କ ସମେତ ଏନ୍ୟ ଗୁରୁତ୍ଵପୂର୍ଣ୍ଣ ପଦାଧିକାରୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories