www.samajalive.in
Saturday, December 6, 2025
19.1 C
Bhubaneswar

ରାଜନୈତିକ ଶତ୍ରୁତାରୁ ଟାଇଲ୍ସ ଦୋକାନରେ ବୋମାମାଡ !

ଖଲ୍ଲିକୋଟ: ରାଜନୈତିକ ଶତ୍ରୁତାରୁ ବୋମାମାଡ ଅଭିଯୋଗ। ଖଲ୍ଲିକୋଟ ଥାନା କେଶପୁର ଛକ ନିକଟ ଏକ ଟାଇଲ୍ସ ଦୋକାନରେ ବୋମାମାଡ ହୋଇଛି। କିଛି ଦୁର୍ବୁତ୍ତ ଦୋକାନ ଉପରକୁ ୩ଟି ବୋମାମାଡ କରି  ଫେରାର୍ ହୋଇଯାଇଛନ୍ତି। ସୂଚନା ମୂତାବକ ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ହଠାତ୍ ଏକ ବାଇକ୍ ରେ ଆଜି ଟାଇଲ୍ସ ଦୋକାନ ଉପରକୁ ବୋମାମାଡ କରିଥିଲେ। ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଟାଇଲ୍ସ ଦୋକାନଟି ଦିବଂଗତ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କର ବୋଲି ଜଣାଯାଇଛି। ଗତ ନିର୍ବାଚନ ସମୟରେ ଦିଲ୍ଲୀପ ପାହାନଙ୍କୁ  ଦୁର୍ବୃତ୍ତମାନେ ହତ୍ୟା କରିବା ପରେ ପରିବାର ସଦସ୍ୟ ଏହି ଦୋକାନ ଚଳାଉଥିଲେ। ତେବେ ଘଟଣା ନେଇ ଦୋକାନ ମାଲିକ ଖଲ୍ଲିକୋଟ ଥାନାରେ ଏତଲା ଦେଇଛନ୍ତି । ରାଜନୈତିକ ଶତ୍ରୁତାରୁ କାରଣରୁ ଏହି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି।

 

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories