www.samajalive.in
Friday, December 12, 2025
26.1 C
Bhubaneswar

ବଢୁଛି ଖଦୀର ଚାହିଦା : କାରବାର ଟପିଲା ୧ ଲକ୍ଷ କୋଟି

ନୂଆଦିଲ୍ଲୀ : ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ଏକ ବିଶେଷ ସଫଳତା ହାସଲ କରିଛି। କେଭିଆଇସି ପ୍ରଥମ ଥର ପାଇଁ ୧.୧୫ ଲକ୍ଷ କୋଟି ଟଙ୍କାର କାରବାର କରିପାରିଛି । ଯାହା କି ଭାରତରେ ସମସ୍ତ ଏଫଏମସିଜି କମ୍ପାନିଙ୍କ ପାଇଁ ଏକ ଦୂର ସ୍ୱପ୍ନ ହୋଇ ରହିଛି। ଦେଶର କୌଣସି ଏଫଏମସିଜି କମ୍ପାନିଙ୍କ ପକ୍ଷେ ଆଜି ଯାଏ ଏହା ହୋଇପାରି ନାହିଁ। ଏହାଦ୍ୱାରା ଦେଶରେ ଏକମାତ୍ର ସଂସ୍ଥା ଭାବେ କେଭିଆଇସି ରେକର୍ଡ ୧ ଲକ୍ଷ କୋଟି ଟଙ୍କାର କାରବାର କରି ଉଲ୍ଲେଖନୀୟ ସଫଳତା ହାସଲ କରିଛି।

୨୦୨୧-୨୨ ଆର୍ଥିକ ବର୍ଷରେ, କେଭିଆଇସିର ସର୍ବମୋଟ କାରବାର ୧,୧୫,୪୧୫.୨୨ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ଆର୍ଥିକ ବର୍ଷ ଅର୍ଥାତ ୨୦୨୦-୨୧ରେ ୯୫,୭୪୧.୭୪ କୋଟି ଟଙ୍କା ରହିଥିଲା । ୨୦୨୦-୨୧ ପରଠାରୁ କେଭିଆଇସି ୨୦.୫୪% ଅଭିବୃଦ୍ଧି ହାସଲ କରିଛି । ୨୦୧୪-୧୫ ବର୍ଷ ତୁଳନାରେ ୨୦୨୧-୨୨ରେ ଖଦୀ ଓ ଗ୍ରାମୀଣ ଶିଳ୍ପ କ୍ଷେତ୍ରଗୁଡ଼ିକରେ ସାମଗ୍ରିକ ଉତ୍ପାଦନ ୧୭୨% ଅଭିବୃଦ୍ଧି ହାସଲ କରିଥିବା ବେଳେ ସମାନ ସମୟରେ ମୋଟ ବିକି୍ର ୨୪୮% ବୃଦ୍ଧି ପାଇଛି । କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ଯୋଗୁ ୨୦୨୧-୨୨ ଆର୍ଥିକବର୍ଷର ପ୍ରଥମ ତୈମାସ ଅର୍ଥାତ ଏପ୍ରିଲରୁ ଜୁନରେ ଦେଶରେ ଆଂଶିକ ଲକଡାଉନ ସତ୍ତ୍ୱେ କେଭିଆଇସି କାରବାର ଏଭଳି ରେକର୍ଡ ଦେଖିପାରିଛି ।

- Advertisement -

ଗତ ବର୍ଷକର କାରବାର ଯାହା କି ୨୦୨୧-୨୨ରେ କାରବାର ୪୩.୨୦% ଅଭିବୃଦ୍ଧି ହୋଇ ୫,୦୫୨ କୋଟି ଟଙ୍କା ହୋଇପାରିଛି, ଯାହା ୨୦୨୦-୨୧ରେ ୩,୫୨୮ କୋଟି ଟଙ୍କା ରହିଥିଲା । ବିଗତ ୮ ବର୍ଷ ମଧ୍ୟରେ ଅର୍ଥାତ ୨୦୧୪-୧୫ରୁ ୨୦୨୧-୨୨ରେ ଖଦୀ କ୍ଷେତ୍ରରେ ଉତ୍ପାଦନ ୧୯୧% ବୃଦ୍ଧି ପାଇଛି, ଯେବେ କି ଖଦୀ ବିକି୍ର ୩୩୨% ବୃଦ୍ଧି ପାଇଛି ।

ଅପରପକ୍ଷରେ, ୨୦୨୧-୨୨ରେ ଗ୍ରାମୋଦ୍ୟୋଗ କ୍ଷେତ୍ରରେ କାରବାର ୧,୧୦,୩୬୪ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ବର୍ଷ ୯୨,୨୧୪ କୋଟି ଟଙ୍କା ରହିଥିଲା । ବିଗତ ୮ ବର୍ଷରେ ଗ୍ରାମୋଦ୍ୟୋଗ କ୍ଷେତ୍ରରେ ଉତ୍ପାଦନ ୨୦୨୧-୨୨ରେ ୧୭୨% ବଢ଼ିଥିବା ବେଳେ ବିକି୍ର ପରିମାଣ ୨୪୫% ବୃଦ୍ଧି ପାଇଥିଲା ।

କେଭିଆଇସି ଅଧ୍ୟକ୍ଷ ଶ୍ରୀ ବିନୟ କୁମାର ସାକ୍ସେନା ଏହି ଅଭୂତପୂର୍ବ ସଫଳତାର ଶ୍ରେୟ ଦେଶରେ ଖଦୀକୁ ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ନିରନ୍ତର ସମର୍ଥନକୁ ଦେଇଛନ୍ତି । ସେହିଭଳି, ଅଭିନବ ସ୍କିମ, ସୃଜନାତ୍ମକ ବିପଣନ ଚିନ୍ତାଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ସକି୍ରୟ ସହଯୋଗ ମଧ୍ୟ ବିଗତ ବର୍ଷଗୁଡ଼ିକରେ ଖଦୀ କ୍ଷେତ୍ର ହାସଲ କରିଥିବା ଅଭିବୃଦ୍ଧି ପାଇଁ ସହାୟକ ହୋଇପାରିଛି । ସେ କହିଛନ୍ତି, ‘‘ସ୍ୱଦେଶୀକୁ ପ୍ରୋତ୍ସାହନ ଦେଇ ଆତ୍ମନିର୍ଭରଶୀଳତା ହାସଲ ଲାଗି ପ୍ରଧାନମନ୍ତ୍ରୀଙ୍କ ଅହରହ ଆହ୍ୱାନ ଯୋଗୁ ବିଶେଷକରି ‘ଖଦୀ’ ଆଶ୍ଚର୍ଯ୍ୟଜନକ ସଫଳତା ହାସଲ କରିପାରିଛି । ଆଜିକା ଦିନରେ ଖଦୀ ଦେଶରେ ତମାମ ଏଫଏମସିଜି କମ୍ପାନିଗୁଡ଼ିକ ଠାରୁ ଆଗରେ ରହିଛି । ନୂଆ ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରିବା ଏବଂ ଖଦୀ ଉତ୍ପାଦ ବର୍ଗରେ ବିବିଧତା ଆଣିବା ଯୋଗୁ କେଭିଆଇସି ଏଭଳି ବିପୁଳ ଅଭିବୃଦ୍ଧି ହାସଲ ନିମନ୍ତେ ସଫଳ ହୋଇପାରିଛି, ଯାହା କି ଅନ୍ୟ କୌଣସି ଏଫଏମସିଜି କମ୍ପାନି ପକ୍ଷେ ହୋଇପାରି ନାହିଁ ।’’

ବିଶେଷକରି, ‘ଆତ୍ମନିର୍ଭର ଭାରତ’ ଓ ‘ଭୋକାଲ ଫର ଲୋକାଲ’ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନର ଲୋକମାନେ ଉତ୍ସାହପୂର୍ବକ ଭାବେ ପ୍ରତିକ୍ରିୟା ଦେଖାଇଛନ୍ତି । ବିଗତ କିଛି ବର୍ଷ ହେଲା, କାରିଗର ଏବଂ ବେରୋଜଗାର ଯୁବକଯୁବତୀଙ୍କ ପାଇଁ ନିରନ୍ତର ନିଯୁକ୍ତି ସୃଷ୍ଟି କେଭିଆଇସିର ମୁଖ୍ୟ ଗୁରୁତ୍ୱ ରହିଆସିଛି । ଅର୍ଥନୈତିକ ସଂକଟର ସାମ୍ନା କରି, ଅନେକ ସଂଖ୍ୟକ ଯୁବକଯୁବତୀ ପିଏମଇଜିପି ଅଧୀନରେ ଆତ୍ମନିର୍ଭରଶୀଳ ହୋଇ ବିନିର୍ମାଣ କାର୍ଯ୍ୟକଳାପ ପ୍ରତି ମନ ବଳାଇଥିଲେ, ଯାହା କି ଗ୍ରାମୋଦ୍ୟୋଗ କ୍ଷେତ୍ରରେ ଉତ୍ପାଦନ ବଢ଼ାଇଥିଲା । ଏଥିସହିତ ସ୍ୱଦେଶୀ ଉତ୍ପାଦ କିଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ଖଦୀ ଓ ଗ୍ରାମୀଣ ଶିଳ୍ପ ଉତ୍ପାଦ ବିକି୍ର ବଢ଼ିବାକୁ ଲାଗିଥିଲା । ଏଥିରୁ ଆଉ ଏକ ବଡ଼ କଥା ସାମ୍ନାକୁ ଆସିଛି ଯେ ୨୦୨୧ ଅକ୍ଟୋବର ୩୦ରେ ନୂଆଦିଲ୍ଲୀର କନ୍ନଟ ପ୍ଲେସ ସ୍ଥିତ ଫ୍ଲାଗସିପ ଷ୍ଟୋରରେ ଖଦୀର ଦିନିକିଆ ବିକି୍ର ସର୍ବକାଳୀନ ୧.୨୯ କୋଟି ଟଙ୍କା ହୋଇପାରିଥିଲା ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories