www.samajalive.in
Friday, December 12, 2025
27.1 C
Bhubaneswar

ଜାମୁଟ ବଜାର ପିଣ୍ଢି ନିମ୍ନମାନ କାମ ଘଟଣା, ସିମେଣ୍ଟ ଘୋଳ ଦେଇ ମରାମତି କଲେ ଠିକାଦାର

ଗୁଡଭେଲା : ବଲାଙ୍ଗୀର ଜିଲା ଗୁଡଭେଲା ପଞ୍ଚାୟତ ସମିତି ପକ୍ଷରୁ ଜାମୁଟ ବଜାର ପରିସରେ ନିର୍ମାଣ ହେଉଥିବା ପିଣ୍ଢିରେ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେବା ପରେ ପ୍ରଶାସନର ଦିନ ଭାଙ୍ଗିଲା । ତୁରନ୍ତ ଏହାର ମରାମତି କରିବା ପାଇଁ ସଂପୃକ୍ତ ଠିକାଦାରକୁ ପ୍ରଶାସନ ନିର୍ଦେଶ ଦିଆଯିବା ପରେ ସିମେଣ୍ଟ ଘୋଳ ଦେଇ ଫାଟ ମରାମତି କରାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ପଞ୍ଚଦଶ କମିଶନ ସିଏଫସି ପାଣ୍ଠିରୁ ୧୦ ଲକ୍ଷ ଅଟକଳରେ ପରିମାଣରେ ବ୍ଳକ ପକ୍ଷରୁ ନିର୍ମାଣ ହେଉଛି। ହେଲେ ଗତ ଫେବୃଆରୀ ମାସ ଶେଷ ସୁଦ୍ଧା ୪ଟି ପିଣ୍ଢି ନିର୍ମାଣ ହେଉଥିଲା। ହେଲେ ନିମ୍ନମାନର କାମ ଯୋଗୁ ମଝିରେ ଫାଟି ଆଁ କରିଥିଲା ।ଏନେଇ ଖବର ପ୍ରକାଶ ପାଇବାପରେ ସଂପୃକ୍ତ ଠିକାଦାର ଆଁ କରିଥିବା ଫାଟରେ ସିମେଣ୍ଟ ଘୋଳ ଦେଇ ତାର ମରାମତି କରିଦେଇଛନ୍ତି । ସେହିପରି ପ୍ରତ୍ୟେକ ସରକାରୀ କାମରେ କାମ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ନିର୍ମାଣ ହୋଇ ସୂଚନା ରହିବା କଥା । ହେଲେ ସରକାରୀ ନିୟମ ଉଲ୍ଲଙ୍ଘନ କରି ପିଣ୍ଢି ନିର୍ମାଣ ପରେ ସୂଚନା ଫଳକ ଆଜି ପର୍ଯ୍ୟନ୍ତ ସୂଚନା ଲେଖା ହୋଇ ନାହିଁ । ଏହିପରି ଭାବରେ ସରକାରୀ ପାଣ୍ଠିକୁ ବିକାଶ ନ ନାରେ ଆତ୍ମସାତ କରିଥିବା ଗାଁର ଲୋକେ ଅଭିଯୋଗ କରିଛନ୍ତି। ଏହି ବିଷୟରେ ଗୁଡଭେଲା ବ୍ଳକ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ବାରିକ କହିଥିଲେ ଯେ ଆମେ ସହକାରୀ ଯନ୍ତ୍ରୀଙ୍କ ସହ ଯାଇ ଦେଖିଥିଲୁ। ଫାଟ ଦେଖା ଦେଇଥିବା ସ୍ଥାନରେ ଆଉ ଥରେ କଂକ୍ରିଟ କରିବା ସହ ସୂଚନା ଫଳରେ ସୂଚନା ଲେଖିବା ପାଇଁ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଆମ ନିର୍ଦ୍ଦେଶକୁ ବେଖାତରି କରୁଛି ବୋଲି ଶ୍ରୀ ବାରିକ କହିଥିଲେ ।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories