www.samajalive.in
Friday, December 12, 2025
27.1 C
Bhubaneswar

ଡାକପାଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବାଲୁଗାଁ/ଜଗତସିଂହପୁର : ଡାକ ବିଭାଗର ବରିଷ୍ଠ କର୍ମଚାରୀ ତଥା ଜଗତସିଂହପୁରର ପୂର୍ବତନ ଡାକପାଳ ପ୍ରମୋଦ କୁମାର ହୋତାଙ୍କୁ ଶନିବାର ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମୁଖ୍ୟ ଡାକଘରର ଡାକପାଳ ଭାବେ ସେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଡାକଘରର ସମସ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ।

ଶ୍ରୀ ହୋତା ରେଳ ଡାକ ସେବାରୁ କାର୍ଯ୍ୟାରମ୍ଭ କରି ପରେ ଡାକ ବିଭାଗରେ ଯୋଗ ଦେଇଥିଲେ। ଡାକ ବିଭାଗରେ ଦୀର୍ଘ ଦିନା କାର୍ଯ୍ୟକାଳ ମଧ୍ୟରେ ସେ କଟକ ଦକ୍ଷିଣ ମଣ୍ଡଳ ସମେତ ଆଠଗଡ, ଜଗତସିଂହପୁରର ଅଣଖିଆ, କୁଜଙ୍ଗ, ଚୌଦ୍ୱାର ଆଦି ଡାକ କାର୍ଯ୍ୟାଳୟରେ କାମ କରିଥିଲେ। ପରେ ବାରିପଦା ମୁଖ୍ୟ ଡାକଘରରେ ହିସାବ ନିରୀକ୍ଷକ ଓ ଭୁବନେଶ୍ୱର ଜିପିଓରେ ସହକାରୀ ଡାକପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଜଣେ ଦକ୍ଷ ଓ ନିଷ୍ଠାପର କର୍ମଚାର ଭାବେ ପଦୋନ୍ନତି ପାଇ ପରେ ସେ ନିମାପଡା, ସୁବର୍ଣ୍ଣପୁର, ନାଲକୋ ନଗର ଓ ବାଲୁଗାଁ ମୁଖ୍ୟ ଡାକଘରର ଡାକପାଳ ଭାବେ କାର୍ଯ୍ୟ କରିଥିଲେ। ସେହିଭଳି ନୟାଗଡ଼, ଝାରସୁଗୁଡା, ଯାଜପୁର ଓ ଜଗତସିଂହପୁର (ହେଡ ଅଫିସ) ମୁଖ୍ୟ ଡାକଘରର ଡାକପାଳ ଭାବେ କାର୍ଯ୍ୟ ସଂପାଦନ କରି ଆଜି ଅବସର ଗ୍ରହଣ କରିଛନ୍ତି। ଜଣେ ଦକ୍ଷ ସଂଗଠକ ଓ ଡାକ କର୍ମଚାରୀ ସଂଘର ନେତା ଭାବେ ସେ କର୍ମଚାରମାନଙ୍କର ନାଯ୍ୟ ଦାବି ଓ ଅଧିକାର ପାଇଁ ସଂଗ୍ରାମ କରୁଥିଲେ। କର୍ମଚାରୀ ସଂଘର ନେତା ଭାବେ ମଧ୍ୟ ତାଙ୍କୁ ଉପରିସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବାକୁ ପଡିଥିଲା। ମୂଳତଃ ଜଗତସିଂହପୁର ଜିଲ୍ଲା ବାଲିଆ ଗୋପୀନାଥପୁର ନିବାସୀ ଶ୍ରୀ ହୋତାଙ୍କୁ ଆଜି ଅବସର ସମୟରେ ସମସ୍ତ ସହକର୍ମୀ ଓ ବରିଷ୍ଠ ଅଧିକାରୀମାନେ ସୁଖ ଓ ନିରାମୟ ଜୀବନ କାମନା କରି ଶୁଭେଚ୍ଛା ଜଣାଇଛନ୍ତି।

- Advertisement -

ବାଲୁଗାଁ ବଜାର ଡାକଘରର ଡାକପାଳ ଅମୀୟ ରଂଜନ ଓଝାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଡାକ କର୍ମଚାରୀ ସଂଘର ବିମଳ ଚରଣ ଦାସ ଓ ବିଷ୍ଣୁ ପ୍ରସାଦ ଦାସ ଓ ଦିଲୀପ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories