www.samajalive.in
Saturday, December 13, 2025
27.1 C
Bhubaneswar

ପଞ୍ଜାବରେ ସ୍ଵର୍ଣ୍ଣ ପଦକ ପାଇବେ କେସିଙ୍ଗା ଛାତ୍ର

ଭବାନୀପାଟଣା: ପଞ୍ଜାବ ଲଭଲି ପ୍ରଫେସନାଲ ୟୁନିଭର୍ସିଟିର କମ୍ପ୍ୟୁଟର ସାଇନ୍ସ ସ୍ନାତକୋତ୍ତର ବିଭାଗରେ କେସିଙ୍ଗାର ଏନ.ଜ୍ୟୋତିଷ୍ମାନ ସାହୁ ଓରଫ ଜିତୁ ଟପ୍ପର ହେଇଛନ୍ତି। ଏଥିପାଇଁ ତାଙ୍କୁ ସ୍ଵର୍ଣ୍ଣ ପଦକ ସହିତ ପ୍ରମାଣପତ୍ର ମିଳିବ ବୋଲି ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଘୋଷଣା ହୋଇଛି। ଆସନ୍ତା ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଏହି ସମ୍ମାନ ମିଳିବ। ତେବେ କମ୍ପ୍ୟୁଟର ସାଇନ୍ସ ସହିତ ସେହି ବିଶ୍ଵ ବିଦ୍ୟାଳୟରେ ସେ ଫରେନ୍‌ସିକ୍ ସାଇନ୍ସ ବିଷୟରେ ମଧ୍ୟ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଭୁବନେଶ୍ୱର ରସୁଲଗଡ଼ସ୍ଥିତ ରାଜ୍ୟ ଫରେନ୍‌ସିକ୍‌ ଲ୍ୟାବରେ ତାଲିମ ସମୟରେ ମଧ୍ୟ ଜିତୁ ଉଚ୍ଚ ପ୍ରଶଂସିତ ହୋଇଥିଲେ। କେସିଙ୍ଗାର ଡାକ୍ତର ଝସକେତନ୍ ସାହୁ ଏବଂ ସ୍ୱର୍ଗତା ଭାରତୀ ସାହୁଙ୍କ ବଡ଼ ପୁଅ ଜିତୁ ସଂପ୍ରତି ଛତିଶଗଡ଼ ରାୟପୁରରେ ଏକ ସଂସ୍ଥାରେ ସାମୟିକ ଭାବେ କାର୍ଯ୍ୟରତ ଅଛନ୍ତି। ଜିତୁଙ୍କୁ ଏହି ସମ୍ମାନ ମିଳିବା ଖବର ପ୍ରଚାରିତ ହେବାପରେ ତାଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories