www.samajalive.in
Wednesday, December 10, 2025
16.1 C
Bhubaneswar

ଶିଶୁ ନାଟକ କର୍ମଶାଳା ଉଦଯାପିତ

କେଶଦୁରାପାଳ : ଭାରତ ସରକାରଙ୍କ ସଂକୃତି ବିଭାଗ ଆନ୍ବକୁଲ୍ୟରେ ରାଷ୍ଟ୍ରିୟ ନାଟ୍ୟ ବିଦ୍ୟାଳୟ ତରଫରୁ ଆୟୋଜିତ ଶିଶୁ ନାଟକ କର୍ମଶାଳା କେନ୍ଦୁଝର ଜିଲା ଘସିପୁରା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଉଉଦଯାପିତ ହୋଇଯାଇଛି ।ଉକ୍ତ କର୍ମଶାଳାରେ ନିର୍ଦ୍ଦେଶକ ଭାବେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ପୂର୍ବତନ ଛାତ୍ର ଗଜେଦ୍ର ପ୍ରସାଦ ନାୟକ ଓ ସହଯୋଗୀ ନିର୍ଦ୍ଦେଶକ ରୁଦ୍ର ନାରାୟଣ ପାଣି ନିର୍ଦ୍ଦେଶନା ଦେଇଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ୩୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ଉକ୍ତ ଶିଶୁ ନାଟକ କର୍ମଶାଳାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର କୁଳସଚିବ, ପ୍ରଦୀପ କୁମାର ମହାନ୍ତି, ସମ୍ମାନୀତ ଅତିଥି ଭାବେ ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ବାବାଜୀ ପଣ୍ଡା, ଦିଶାର ସମ୍ପାଦକ ସଂଜୀବ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ କର୍ମଶାଳାରେ ଅଂଶଗ୍ରହଣ କରିଥିବା ଶିଶୁ କଳାକାରମାନଙ୍କୁ ପ୍ରଶଂସା କରିଥିଲେ । ଏକ ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ନେଇଥିବା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଜଙ୍ଗଲ ଅଦାଲତ ନାମରେ ନାଟକ ପ୍ରଦର୍ଶନ କରିଥିଲେ। ଏହି ନାଟକର ମୁଖ୍ୟ ଉଦେଶ୍ୟ ହେଲା ବନ୍ୟ ପ୍ରାଣୀମାନଙ୍କୁ ସିକାର ପରିବର୍ତ୍ତେ ସୁରକ୍ଷା ଦେବା ସହିତ ଜଙ୍ଗଲର ବହୁମୂଲ୍ୟ ଗଛଲତାକୁ ନକାଟି ସବୁଜ ଜଙ୍ଗଲ ସୃଷ୍ଟି କରିବା ଦିନକୁ ଦିନ ବାୟୁମଣ୍ଡଳର ଉତ୍ତାପ ବଢି ବଢି ଚାଲୁଥିବାରୁ ଅଂଶୁଘାତରେ ଅନେକ ଲୋକଙ୍କର ଜୀବନ ଯାଉଛି ।

- Advertisement -

ସେଥିପାଇଁ ଶିଶୁ ନାଟକ କର୍ମଶାଳା ରେ ପ୍ରଶିକ୍ଷଣ ନେଇଥିବା ଛାତ୍ରଛାତ୍ରୀ ମାନେ ଏହି ନାଟକ ମାଧ୍ୟମରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ ପ୍ରାଣୀମାନଙ୍କୁ ସୁରକ୍ଷା ଦେବା ସହିତ ଜଙ୍ଗଲ ରବହୁମୂଲ୍ୟ ଗଛଲତାକୁ ନକାଟି ସବୁଜ ଜଙ୍ଗଲ ସୃଷ୍ଟି କରିବା ଅତି କମରେ ନିଜ ବାପା ଓ ମାଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇ ଭବିଷ୍ୟତ ବଂଶଧରଙ୍କ ପାଇଁ ପ୍ରକୃତିକୁ ସନ୍ତୁଳନ କରିବା ରେ ସହାୟ ହେବା ବୋଲି କହିଥିଲେ । ଭକ୍ତ କାର୍ଯ୍ୟକ୍ରମକୁ ସରସ୍ଵତୀ ଶିଶୁ ମନ୍ଦିରର ଆଚାର୍ଯ୍ୟ ଆଚାର୍ଯ୍ୟାଓ କର୍ମଚାରୀ ମାନେ ସହଯୋଗ କରିଥିଲେ ପରିଶେଷରେ କୁନି କଳାକାର ମାନେ ଉପସ୍ଥିତ ଥିବା ଦର୍ଶକ ମାନଙ୍କୁ ଗୋଟିଏ ଲେଖାଏଁ ବୃକ୍ଷ ପ୍ରଦାନ କରିଥିଲେ ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories