କେସର ଶ୍ରିଖଣ୍ଡ
ଆବଶ୍ୟକ ସାମଗ୍ରୀ:
ଦହି- ୫୦୦ଗ୍ରାମ୍
କେସର- ଅଳ୍ପ
ଚିନି- ୫୦ଗ୍ରାମ୍
ଗୁଜୁରାତି- ୩ରୁ୪ଟି
ପେସ୍ତାବାଦାମ- ୫ରୁ୬ଟି
ବାଦାମ- ୫ରୁ୬ଟି
ଆମ୍ବ ରସ- ୨କପ୍
ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ଦହିକୁ ଏକ ପତଳା କପଡ଼ାରେ ବାନ୍ଧି ସେଥିରୁ ପାଣି ଛାଣି ଦିଅନ୍ତୁ। କେସରକୁ କ୍ଷୀରରେ ମିଶାଇ ଫୁଟାନ୍ତୁ। ଦହିରୁ ପାଣି ବାହାରି ଯିବା ପରେ ସେଥିରେ ଚିନି,ଆମ୍ବ ରସ,ଗୁଜୁରାତି ଭଲ ଭାବରେ ମିଶାଇ ଦିଅନ୍ତୁ।
ତାପରେ ସେଥିରେ କେସର ମିଶା କ୍ଷୀରକୁ ମିଶାଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ। ଛୋଟ ଛୋଟ କଟା ହୋଇଥିବା ପେସ୍ତା ବାଦାମ,ବାଦାମକୁ ସେହି ମିଶ୍ରଣରେ ମିଶାଇ ୨ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍ରେ ରଖି ଦିଅନ୍ତୁ। ୨ଘଣ୍ଟା ପରେ ଫ୍ରିଜ୍ରୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ କେସର ଶ୍ରିଖଣ୍ଡ। ଗୋଟେ ପାତ୍ରରେ ଏହାକୁ ରଖି ତା ଉପରେ ବାଦାମ, କେସର, ପେସ୍ତାବାଦାମ ରେ ସଜାଇ ଦିଅନ୍ତୁ।