www.samajalive.in
Saturday, December 6, 2025
14.1 C
Bhubaneswar

ଜୀବନ ହାରିଲେ ୟୁଟ୍ୟୁବର୍ ଦମ୍ପତି, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅପଲୋଡ୍‌ କରିଥିଲେ ବିଦାୟୀ ଭିଡିଓ

ତିରୁଅନନ୍ତପୁରମ୍‌: କେରଳରେ ୟୁଟ୍ୟୁବର୍ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଶନିବାର ଉଭୟ ପତି-ପତ୍ନୀଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଏହି ଦମ୍ପତି ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଅପଲୋଡ୍ କରିଥିଲେ, ଯେଉଁଥିରେ ମାଲାୟାଲମ୍ ଗୀତ ‘ବିଦା ପରୟୁକେନନ ଜନମ’(ମୃତ୍ୟୁର ଅନ୍ତିମ ଯାତ୍ରା) ଶୁଣିବାକୁ ମିଳିଛି। ଏଥିରୁ ଅନୁମାନ କରାଯାଉଛି ଯେ, ଉଭୟ ମୃତ୍ୟୁ ପୂର୍ବରୁ ହିଁ ଆତ୍ମହତ୍ୟାର ସଙ୍କେତ ଦେଇଥିଲେ।

ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍‌ କରୁଥିଲେ ରୋଷେଇ ଭିଡିଓ:

- Advertisement -

ଏହି ଦମ୍ପତିଙ୍କର ଗୋଟିଏ ପୁଅ ଅଛି। ଶନିବାର ପୁଅ ଘରକୁ ଫେରି ଦେଖିଥିଲା ଯେ, ତା’ର ମାଆ-ବାପା ପ୍ରିୟା ଏବଂ ସେଲ୍‌ଭାରାଜଙ୍କ ମୃତ୍ୟୁ ଘଟିଛି। ଏହାପରେ ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। ପୁଲିସ ମଧ୍ୟ ଆତ୍ମହତ୍ୟା ସନ୍ଦେହ କରି ଘଟଣାର ତଦନ୍ତ କରୁଛି। ଅପରପକ୍ଷେ ଦମ୍ପତିଙ୍କ ପଡ଼ୋଶୀ ମଧ୍ୟ ଉଭୟଙ୍କ ଆତ୍ମହତ୍ୟାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ଲୋକଙ୍କ କହିବାନୁସାରେ, ପ୍ରିୟାଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି, ଯେଉଁଥିରେ ସେ ନିୟମିତ ଭାବେ ରୋଷେଇ ଭିଡିଓ ଅପଲୋଡ୍ କରୁଥିଲେ। ଏହି ୟୁଟ୍ୟୁବ୍ ଚ୍ୟାନେଲର ୧୮ ହଜାରରୁ ଅଧିକ ସବ୍‌ସ୍କ୍ରାଇବର ଅଛନ୍ତି। ମୃତ୍ୟୁର ପ୍ରାୟ ୫-୬ ଘଣ୍ଟା ପୂର୍ବରୁ ଏହି ଦମ୍ପତି ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ଦମ୍ପତିଙ୍କ ଏକାଧିକ ଫଟୋର ମଣ୍ଟାଜ୍ ଦେଖିବାକୁ ମିଳିଛି ଏବଂ ବ୍ୟାକ୍‌ଗ୍ରାଉଣ୍ଡରେ ‘ବିଦା ପରୟୁକେନନ୍ ଜନମ’ ଗୀତ ବାଜୁଛି। ଭିଡିଓର ଗୋଟିଏ ସ୍ଥାନରେ ସେଲ୍‌ଭାରାଜ ବିଦାୟ ମୁଦ୍ରାରେ ହାତ ହଲାଉଛନ୍ତି ଏବଂ ତାଙ୍କ ପଛରେ ପତ୍ନୀ ପ୍ରିୟା ହସୁଛନ୍ତି। ପୁଲିସ ଉଭୟଙ୍କ ମୃତ୍ୟୁର ତଦନ୍ତ କରୁଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଉଭୟଙ୍କ ସମ୍ପର୍କୀୟ କହିଛନ୍ତି ଯେ, ଦମ୍ପତି ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ଏବଂ ଗତ ବର୍ଷ ଝିଅ ବାହାଘର କରିବା ପରେ ସେମାନଙ୍କ ଆର୍ଥିକ ସମସ୍ୟା ବଢିଯାଇଥିଲା।

https://youtu.be/s2c7kzFnzXo

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories