www.samajalive.in
Tuesday, December 9, 2025
17.1 C
Bhubaneswar

କେରଳ ଉପକୂଳରେ କଣ୍ଟେନର ଜାହାଜରେ ବିସ୍ଫୋରଣ ; ୧୮ ଉଦ୍ଧାର

କୋଚୀ : କେରଳ ତଟ ନିକଟରେ ସିଙ୍ଗାପୁରର ପତାକା ଥିବା ଏକ କଣ୍ଟେନର ଜାହାଜରେ ଭୟଙ୍କର ବିସ୍ଫୋରଣ ଘଟିଥିବା ନେଇ ସୋମବାର ଖବର ସାମ୍ନାକୁ ଆସିଛି । ମୁମ୍ବାଇ ମେରାଇନ୍‌ ଅପରେସନ୍ସ ପକ୍ଷରୁ ମିଳିଥିବା ସୂଚନାନୁସାରେ ସୋମବାର ସକାଳେ କେରଳ ତଟ ନିକଟରେ ସିଙ୍ଗାପୁରର ପତାକା ଥିବା ଏକ କଣ୍ଟେନର ଜାହାଜ ଏମଭି ୱାନ ହେ ୫୦୩ରେ ବିସ୍ଫୋରଣ ଘଟିଛି। ସକାଳ ୧୦ଟା ୩୦ ସମୟରେ ଏହା ଘଟିଛି।

ଭାରତୀୟ ନୌସେନା ତୁରନ୍ତ ସହାୟତା ଓ ଉଦ୍ଧାର କାର୍ଯ୍ୟ ପାଇଁ ଆଇଏନଏସ ସୁରତକୁ ଘଟଣାସ୍ଥଳକୁ ପଠାଯାଇଛି ।
ଜଳୁଥିବା ଏକ କଣ୍ଟେନର ଜାହାଜରୁ ନୌସେନା ଏବଂ ତଟରକ୍ଷୀ ବାହିନୀ ୧୮ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିଛନ୍ତି। କୁହାଯାଉଛି ଯେ ଏହି ଜାହାଜରେ ୨୨ ଜଣ କ୍ରୁ ସଦସ୍ୟ ଥିଲେ, ଯେଉଁଥିରୁ ୪ ଜଣ ନିଖୋଜ ଅଛନ୍ତି। ସେହିପରି ୫ ଜଣ ଆହତ ହୋଇଛନ୍ତି। ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି ଯେ ସୋମବାର ସକାଳେ କେରଳ ଉପକୂଳ ନିକଟରେ ସିଙ୍ଗାପୁର ପତାକାଯୁକ୍ତ କଣ୍ଟେନର ଜାହାଜରେ ଏକ ବିସ୍ଫୋରଣ ହୋଇଥିଲା। ଏହି ସୂଚନା ଏଠାକାର ଜଣେ ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ ଦେଇଛନ୍ତି।

ସୂର୍ଯ୍ୟ କରିବେ ଚଳନ ; ଏକାଠି ହେବେ ବୁଧ,ବୃହସ୍ପତି, ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, ଜାଣନ୍ତୁ କେଉଁଥିରେ ମିଳିବ ସଫଳତା..

- Advertisement -

ଏହି ଜାହାଜଟି ୨୭୦ ମିଟର ଲମ୍ବା ଏବଂ ୧୨.୫ ମିଟର ବ୍ୟାସ ବିଶିଷ୍ଟ ଏବଂ ଏହା ଜୁନ୍ ୭ ତାରିଖରେ କଲମ୍ବୋରୁ ମୁମ୍ବାଇ ଅଭିମୁଖେ ବାହାରିଥିଲା ଏବଂ ଜୁନ୍ ୧୦ ତାରିଖରେ ପହଞ୍ଚିବାରଥିଲା।

ମାତ୍ର ୪୧୨ଟଙ୍କା ଦେଇ ଘରକୁ ନେଇ ଆସନ୍ତୁ ରେଡ୍‌ମିର ଏହି ୫ଜି ସ୍ମାର୍ଟଫୋନ୍‌, ଜବରଦସ୍ତ ଫିଚର୍‌ ପୁଣି ମିଳିବ ରିହାତି..

ହସି ହସି ଗଡି ଯିବେ.. ଦେଖନ୍ତୁ ଭିଡିଓ ; ବିବାହ ଭୋଜିରେ ଲଫାପା ନାହିଁ ତ ଖାଇବା ପ୍ଲେଟ ନାହିଁ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories