www.samajalive.in
Tuesday, December 9, 2025
16.1 C
Bhubaneswar

୬୯ ଗୋଟି ଅଭିଯୋଗ ଶୁଣିଲେ ଜିଲାପାଳ

ରେଙ୍ଗାଲିକ୍ୟାମ୍ପ: ଅତାବିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଜିଲାପାଳ ଆଦିତ୍ୟ ଗୋୟଲ ଏବଂ ଅରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା, ବରଗଡ଼ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ଦାଶ, ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା ଏବଂ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।

ସୂଚନା ମୁତାବକ, ଏହି ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି ଆଦି ସମସ୍ୟା ଆଧାରିତ ସମୁଦାୟ ୬୯ ଗୋଟି ଅଭିଯୋଗ ମଧ୍ୟରୁ ୫୮ ଗୋଟି ବ୍ୟକ୍ତିଗତ, ୧୧ ଗୋଟି ସାମୂହିକ ଅଭିଯୋଗ ଆସିଥିଲା। ଶୁଣାଣି ସମୟରେ ସେଥିମଧ୍ୟରୁ ୪ ଗୋଟି ସିଏମଆରଏଫ ଆଧାରିତ ଅଭିଯୋଗ ଓ ୨ ଗୋଟି ଅଭିଯୋଗର ତତକ୍ଷଣାତ ସମାଧାନ କରି ଅନ୍ୟ ସମସ୍ତ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରିବା ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଜିଲାପାଳ ଜନ ଶୁଣାଣିରେ ଆସି ଅଞ୍ଚଳର ଚାଷୀଙ୍କ ଉପରେ କିଛି ଦୃଷ୍ଟି ଦେଇ ନଥିବା ନେଇ ଚାଷୀ ମହଲରେ ବେଶ୍ ଅସନ୍ତୋଷ ପ୍ରକାଶ ପାଇଛି । ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଥିବା ତଥା ବିଲରେ ଶହ ଶହ ଏକର ଜମିର ଧାନ ଗଜା ମାରି ଖଟା ଖାଉଥିବାବେଳେ ଚାଷୀ ଆଶା ବାନ୍ଧିଥିଲେ ଜିଲାପାଳ ତାଙ୍କ ଦୁଃଖ ବୁଝିବେ, ମଣ୍ଡିକୁ ଯାଇ ଚାଷୀଙ୍କ ଧାନ ଉଠିବାର ତୁରନ୍ତ ବ୍ୟବସ୍ଥା କରିବେ, ବିଲକୁ ଯାଇ ଚାଷୀଙ୍କ ପରିଶ୍ରମ କେମିତି ନଷ୍ଟ ହୋଇଛି କେତେ କ୍ଷତି ହୋଇଛି ତାହା ବୁଲି ଦେଖିବେ ବୋଲି। ହେଲେ ସବୁ ଆଶା ତାଙ୍କର ଆଶାରେ ରହିଗଲା ବୋଲି ଚାଷୀମାନେ ଦୁଃଖ ପ୍ରକାଶ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories