www.samajalive.in
Sunday, December 14, 2025
18.1 C
Bhubaneswar

କେରଳ ଭବନ ଫାଟକରୁ ଧରାପଡ଼ିଲେ ସଶସ୍ତ୍ର ବ୍ୟକ୍ତି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀସ୍ଥିତ କେରଳ ଭବନରେ ଜଣେ ସଶସ୍ତ୍ର ବ୍ୟକ୍ତି ଅନୁପ୍ରବେଶ କରିବାବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଧରାପଡିଛନ୍ତି। ଫାରୁକ୍‍ ଅବ୍‍ଦୁଲ୍ଲାଙ୍କ ଭଟିଣ୍ଡିସ୍ଥିତ ବାସଭବନରେ ଜଣେ ଅନୁପ୍ରବେଶକାରୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇବା ଘଟଣାକୁ ନେଇ ଦେଶତମାମ୍‍ ଚର୍ଚ୍ଚା ଚାଲିଥିବାବେଳେ କେରଳ ହାଉସ୍‍ରେ ଏହି ଅନୁପ୍ରବେଶ ଉଦ୍ୟମ ହୋଇଥିଲା। ଏହି ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ସେଠାରେ ଉପସ୍ଥିତ ଥିଲେ। ସମ୍ପୃକ୍ତ ବ୍ୟକ୍ତି ଏକ ଛୁରୀ ଧରି କେରଳ ହାଉସ୍‍ର ମୁଖ୍ୟ ଅଟ୍ଟାଳିକାରେ ପ୍ରବେଶ ଉଦ୍ୟମ କରିଥିଲେ। ମାତ୍ର ଉପସ୍ଥିତ ସୁରକ୍ଷାକର୍ମୀ ତୁରନ୍ତ ତାଙ୍କୁ କାବୁ କରିନେଇଥିଲେ। ତୁରନ୍ତ ତାଙ୍କ ହାତରୁ ଛୁରୀଟି ଛଡାଇ ନିଆଯାଇଥିଲା। ବ୍ୟକ୍ତିଜଣକ ମାନସିକ ରୋଗୀ ବୋଲି ଜଣାପଡିଛି। ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ ‘ମାନବ ଆଚରଣ ଏବଂ ତତ୍‍ ସମ୍ବନ୍ଧୀୟ ବିଜ୍ଞାନ ପ୍ରତିଷ୍ଠାନ’କୁ ପଠାଇ ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories