କେନ୍ଦୁଝର ସ୍ୱୟଂଚାଳିତ ଟ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ 

କେନ୍ଦୁଝରଗଡ଼: କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଶୁକ୍ରବାର ଠାରୁ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ (ଏଡିଟିଏସ୍‌‌) ଆରମ୍ଭ ହୋଇଛି। ପ୍ରଥମ ଦିନରେ ୫୦ ଜଣଙ୍କ ଏଡିଟିଏ ପରୀକ୍ଷା ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହି ଏଡିଟିଏସ ଟେଷ୍ଟିଂ ଟ୍ରାକ୍‌‌ ବ୍ୟବସ୍ଥାରେ ଶତ ପ୍ରତିଶତ ସ୍ୱଚ୍ଛତା ରକ୍ଷା କରାଯିବା ସହ ସି.ସି କ୍ୟାମେରା ଜରିଆରେ ଆବେଦନକାରୀଙ୍କ ଡ୍ରାଇଭିଂ ଟେଷ୍ଟ ସଠିକ ଓ ନିର୍ଭୁଲ ଭାବେ ଯାଞ୍ଚ କରାଯାଉଛି। ଆଞ୍ଚଳିକ ପରିବହନ ବିଭାଗରେ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଏଡିଟିଏସ ଶୁଭାରମ୍ଭ କରାଯାଇଛି। ଏହି ଏଡିଟିଏସ ଟ୍ରାକ୍‌‌ ବ୍ୟବସ୍ଥାରେ କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗରେ ଶତ ପ୍ରତିଶତ ସ୍ୱଚ୍ଛତା ରକ୍ଷା କରାଯିବା ସହ ଦଲାଲ ଓ ମଧ୍ୟସ୍ଥଙ୍କ ଭୂମିକାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।

ଏଡିଟିଏସ୍‌‌ରେ ସି.ସି କ୍ୟାମେରା ଓ ସଞ୍ଚାରଦୃଶ୍ୟ ଆନାଲିଟିକ୍‌‌ ସିଷ୍ଟମ ଜରିଆରେ ଆବେଦନକାରୀଙ୍କ ଡ୍ରାଇଭିଂ ଟେଷ୍ଟ ସ୍ୱଚ୍ଛତାର ସହ ଓ ନିର୍ଭୁଲ ଭାବେ କରାଯାଉଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳକୃଷ୍ଣ ଦାସ କହିଛନ୍ତି। ଡ୍ରାଇଭିଂ ଟେଷ୍ଟିଂ ପାଇଁ ପରିବହନ ବିଭାଗ ପକ୍ଷରୁ ଯାହା ନିୟମ ରହିଛି ସେହି ନିୟମକୁ ପାଳନ କରି ୬ଟି ପଦ୍ଧତିକୁ ଅତିକ୍ରମ କରି ଗାଡି ଚଳାଇ ପାରିଲେ ଆବେଦନକାରୀଙ୍କୁ ତୁରନ୍ତ ପାସ କରାଯାଉଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନକାରୀ ଅନଲାଇନ ମାଧ୍ୟମରେ ଆବେଦନ କରିବା ପରେ ପରିବହନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଟେଷ୍ଟିଂ ଟ୍ରାକରେ ଏଟିଡିଏସ ପରୀକ୍ଷା କରାଯାଇଛି। ଯାହାଫଳରେ ଦକ୍ଷତାସମ୍ପନ୍ନ ଚାଳକଙ୍କୁ ଗାଡିଚାଳନା ଲାଇସେନ୍ସ ଯୋଗାଇ ଦିଆଯିବ।

ଏ ସମ୍ପର୍କରେ କେନ୍ଦୁଝର ଆରଟିଓ ଇଂ ଗୋପାଳ କୃଷ୍ଣ ଦାସ କହିଛନ୍ତି, ଏହି ଏଡିଟିଏସ ସମ୍ପୂର୍ଣ୍ଣ କମ୍ପ୍ୟୁଟର ଜରିଆରେ ହେଉଛି। ସେଠାରେ ମୋଟ ୨୬ ଟି କ୍ୟାମେରା ଖଞ୍ଜାଯାଇଛି। ୬ଟି ସୋପାନରେ ଏହି ଏଡିଟିଏସ ଟେଷ୍ଟିଂ ହେବ। ସେଗୁଡିକ ହେଲା ଓଭରଟେକିଂ, ଜେବ୍ରା କ୍ରସିଂ,ଏସ୍‌‌ ଟ୍ରାକ, ପାରାଲାଲ ପାର୍କିଂ, ଗ୍ରାଡିଏଣ୍ଟ ଏବଂ ଏଇଟ୍‌‌ (୮) ଟ୍ରାକ୍‌‌ ଆଦି ସବୁ ସିଷ୍ଟମରେ ଭିଜୁଆଲ ଆନାଲାଇଜ୍‌‌ କରାଯାଇ ଡ୍ରାଇଭିଂ ଟେଷ୍ଟ ହେବ। ଏଥିପାଇଁ ଚାଳକଙ୍କୁ ୬ଟି ଯାକ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପଡିବ। ଯାହାକି ସିଷ୍ଟମ ଦ୍ୱାରା ପ୍ରଦର୍ଶିତ ହେବ। ଏଥିରେ ଗୋଟିଏ କେଉଁଥିରେ ବି ଅକୃତକାର୍ଯ୍ୟ ହେଲେ ତାଙ୍କୁ ଲାଇସେନ୍ସ ଦିଆଯିବ ନାହିଁ।

ସେ କେଉଁ ସୋପାନରେ ଅକୃତକାର୍ଯ୍ୟ ହୋଇଛନ୍ତି ତାହା ଚାଳକ ସହଜରେ ଜାଣିପାରିବେ। ହେଲେ। ସେଥିପାଇଁ ସେ ପ୍ରସ୍ତୁତ ହୋଇ ପୁନଃ ଏଡିଟିଏସ ଟେଷ୍ଟିଂର ସମ୍ମୁଖୀନ ହେବ। ଏହା ସମ୍ପୂର୍ଣ୍ଣ ଭିଜୁଆଲ ଆନାଲିସିସ ଦ୍ୱାରା ସିଷ୍ଟମରେ ହେଉଥିବାରୁ ଏଥିରେ କୌଣସି ମାନୁଆଲ ହସ୍ତକ୍ଷେପ ରହିବ ନାହିଁ କି ମଧ୍ୟସ୍ଥି କିମ୍ବା ଦଲାଲଙ୍କ ଭୂମିକା ରହିବ ନାହିଁ। ସବୁଠାରୁ ବଡ କଥା ହେଲା ଏହାଦ୍ୱାରା ଉତ୍ତମ ଅଭିଜ୍ଞ ଚାଳକ ସୃଷ୍ଟି ହେବା ସହ ଦୁର୍ଘଟଣା ହାର ହ୍ରାସ ପାଇବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଇଂ ଦାସ ସୂଚନା ଦେଇଛନ୍ତି।

Comments are closed.