www.samajalive.in
Sunday, December 14, 2025
23.1 C
Bhubaneswar

୭ଦଫା ଦାବିରେ ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସ୍ମାରକପତ୍ର ପ୍ରଦାନ

କେନ୍ଦୁଝରଗଡ଼: ଅଖିଳ ଭାରତୀୟ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ ଆହ୍ୱାନକ୍ରମେ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ନିଷ୍ପତ୍ତିକ୍ରମେ କେନ୍ଦୁଝର ଜିଲା ଶାଖା ପକ୍ଷରୁ ୭ ଦଫା ଦାବିରେ ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମଙ୍ଗଳବାର ସଂଘର କେନ୍ଦୁଝର ଜିଲା ସଭାପତି ହରେକୃଷ୍ଣ ବେଜ ଓ ରାଜ୍ୟ ସମ୍ପାଦକ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଜିଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପୁରୁଣା ପେନସନ ପୁନଃ ପ୍ରଚଳନ, ଚୁକ୍ତିଭିତ୍ତିକ ନିଯୁକ୍ତି ଓ ଆଉଟସାର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା, ଜାତୀୟ ସମ୍ପତ୍ତି ବିକ୍ରୟ ଓ ଘରୋଇକରଣ ବନ୍ଦ କରିବା, ଟ୍ରେଡ ୟୁନିୟନ କ୍ଷମତାର ସୁରକ୍ଷା ଦେବା, ନୂତନ ଶିକ୍ଷା ନୀତି ବାତିଲ କରିବା, ଜାନୁୟାରୀ ୨୦୨୦ରୁ ଜୁନ୍‌‌ ୨୦୨୧ ପର୍ଯ୍ୟନ୍ତ ୧୮ ମାସର ବକେୟା ମହଙ୍ଗା ଭତ୍ତା ତୁରନ୍ତ ପ୍ରଦାନ କରିବା, ଅଷ୍ଟମ ବେତନ କମିଶନ କମିଟି ଗଠନ କରିବା ଏବଂ ଅନୁକମ୍ପାମୂଳକ ନିଯୁକ୍ତି ଯୋଜନାରେ ହାଇଥିବା ଭିନ୍ନ ଭିନ୍ନ କଟକଣାକୁ ପ୍ରତ୍ୟାହାର କରି ସମ୍ପୃକ୍ତ ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ପୂର୍ବ ଭଳି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ସଂଘର ଜିଲା କାର୍ଯ୍ୟକାରୀ ସଭାପତି ସୀତା ଭୋଳ ଦାବି କରିଛନ୍ତି। ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି କେନ୍ଦୁଝର ଜିଲା ଶାଖା ଉପଦେଷ୍ଟା ନିଳମଣୀ ପାଣିଗ୍ରାହୀ, କାର୍ଯ୍ୟାଳୟ ସମ୍ପାଦକ ପବିତ୍ର ପାତ୍ର, କୋଷାଧ୍ୟକ୍ଷ ରାମଚନ୍ଦ୍ର ପାଣିଗ୍ରାହୀ , ସଂଘ ସଦସ୍ୟ ମହାତ୍ମା ଦେହୁରୀ, ମାଧବାନନ୍ଦ ନାୟକ, ପୂର୍ଣ୍ଣଚନ୍ଦ୍ର ରାଉତ, ସଙ୍ଗଠନ ସମ୍ପାଦିକା ଝରଣା ମହାନ୍ତ, ପୁଷ୍ପଲତା ମହାନ୍ତ, ସୁମିତ୍ରା ମାଝୀ, ଗ୍ରାମୀଣ ଡାକସେବା ଜିଲା ସମ୍ପାଦକ ପରମାନନ୍ଦ ଦାସ, ପୁୁରେୁଷାତ୍ତମ ସାହୁ, ବିରଞ୍ଚି ନାଏକ, କ୍ଷୀରୋଦ ଚନ୍ଦ୍ର ମହାନ୍ତଙ୍କ ସମେତ ଜିଲାର ବିଭିନ୍ନ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories