www.samajalive.in
Sunday, December 14, 2025
26.1 C
Bhubaneswar

ବିଦ୍ୟାଳୟ ସମ୍ମୁଖ ରାସ୍ତା ଉପରେ ଭାସୁଛି ନର୍ଦ୍ଦମା ପାଣି; ବୃଦ୍ଧି ପାଉଛି ଅସନ୍ତୋଷ

କେନ୍ଦୁଝରଗଡ଼: ମାଇନିଂ ଗାୟତ୍ରୀ ମନ୍ଦିର ରୋଡରୁ କାଶୀପୁର ଦେଇ ଯାଇଥିବା ରାସ୍ତା ଯେ କେହି ବ୍ୟକ୍ତି ଦେଖିଲେ ‘ସବୁଜ ସୁନ୍ଦର-ଆମ କେନ୍ଦୁଝର’ ନାରା ଦେଇ ଆସୁଥିବା କେନ୍ଦୁଝରଗଡ଼ ପୌରପାଳିକାର ବାସ୍ତବ ଚିତ୍ରକୁ ଭୁଲିପାରିବ ନାହିଁ। ମାଇନିଂ ରୋଡଠାରୁ ଗାୟତ୍ରୀ ମନ୍ଦିର ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଖୋଲା ନାଳ ଥିବାବେଳେ ତା’ପରଠାରୁ ନାଳ ନଥିବାରୁ ଷ୍ଟାର ଏକାଡେମୀ ସ୍କୁଲ ସମ୍ମୁଖରେ ଲହଡି ଭାଙ୍ଗୁଛି ନର୍ଦ୍ଦମା ପାଣି। ନର୍ଦ୍ଦମା ପାଣିର ଅସ୍ୱାସ୍ଥ୍ୟକର ପୁତିଗନ୍ଧମୟ ପରିବେଶ ଯୋଗୁଁ ବିଦ୍ୟାଳୟରେ ଅଧ୍ୟୟନରତ ୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ, ସ୍ଥାନୀୟ ଅଞ୍ଚଳବାସୀ ଏବଂ ସେହି ରାସ୍ତା ଦେଇ ଦୈନିକ ଯାତାୟତ କରୁଥିବା ସାଧାରଣ ଜନତା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି। ଉକ୍ତ ରାସ୍ତା ଦେଇ ଗୋଟିଏ ଚକ୍ଷୁ ଚିକିତ୍ସାଳୟ ଓ ଗୋଟିଏ ଗେଷ୍ଟ ହାଉସ୍‌‌ ପରିଚାଳିତ ହେଉଥିବା ବେଳେ ଏଥିରୁ ନିର୍ଗତ ବ୍ୟବହୃତ ଜଳ ଉକ୍ତ ନାଳ ଦେଇ ପ୍ରବାହିତ ହେଉଥିବାରୁ ଷ୍ଟାର ଏକାଡେମୀ ବିଦ୍ୟାଳୟ ସମ୍ମୁଖ ପରଠାରୁ ନାଳ ନଥିବାରୁ ବିଦ୍ୟାଳୟ ସମ୍ମୁଖରେ ବର୍ଷତମାମ ନର୍ଦ୍ଦମା ପାଣି ରାସ୍ତା ଉପରେ ଭାସୁଛି। ଏହାର ସ୍ଥାୟୀ ସମାଧାନ ନେଇ ବିଦ୍ୟାଳୟର ଅଧ୍ୟକ୍ଷା ସୁନୀତା ମହାନ୍ତି ନିଜେ ବହୁବାର ପୌର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ହେଁ କୌଣସି ସୁଫଳ ମିଳୁନଥିବା କ୍ଷୋଭର ସହ ଏହା କହିଛନ୍ତି। ବର୍ଷା ଋତୁରେ ବର୍ଷାଜଳ ସାଙ୍ଗକୁ ନର୍ଦ୍ଦମା ପାଣି ରାସ୍ତା ଉପରେ ଜମି ରହିବା ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ସହ ଡେଙ୍ଗୁ, ମେଲେରିଆ, ହଇଜା, ଚର୍ମରୋଗ ଭଳି ମାରାତ୍ମକ ରୋଗ ସହରରେ ବୃଦ୍ଧି ପାଇବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଏଭଳି ସ୍ଥିତିରେ ପୌର ପ୍ରଶାସନ ରାସ୍ତା ଉପରେ ଜମା ହୋଇ ରହୁଥିବା ନର୍ଦ୍ଦମା ପାଣି କିଭଳି ନିଷ୍କାସନ ହୋଇ ଖୋଲା ନାଳ ଉପରେ ସ୍ଲାବ ପକାଇ ସ୍ଥାନୀୟ ପରିବେଶକୁ ଅଧିକ ସୁନ୍ଦର ରଖାଯାଇ ପାରିବ ସେ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ଦାବି କରିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories