www.samajalive.in
Monday, December 8, 2025
24.1 C
Bhubaneswar

୭ରୁ ଶୁଆକାଟୀ ଖଣିରୁ ପରିବହନ ବନ୍ଦ ଚେତାବନୀ

କେନ୍ଦୁଝରଗଡ଼: ଓଡ଼ିଶା ଖଣି ନିଗମ ଅଧିନ ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହଖଣିରୁ ୧୦କି.ମି. ବ୍ୟାସାର୍ଦ୍ଧରେ ଥିବା ବଫର ଜୋନରେ ଅବସ୍ଥିତ ଟ୍ରକ ମାଲିକଙ୍କୁ ଖଣିରୁ ପରିବହନ ସମେତ ବେକାରୀଙ୍କୁ ନିଯୁକ୍ତି ଓ ପାରିପାର୍ଶ୍ବିକ ବିକାଶ ପାଇଁ ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କୁ ନେଇ ଗଠିତ କୋର କମିଟି ସଦସ୍ୟ ସୋମବାର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲାର ଅନ୍ୟ ଅଞ୍ଚଳରେ ଥିବା ଖଣିର ୧୦କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କୁ ଖଣିଜସମ୍ପଦ ପରିବହନ କ୍ଷେତ୍ରରେ ଲୋଡିଂ ପାଇଁ ଅଗ୍ରାଧିକାର ପ୍ରଦାନ କରାଯାଇ ଆସୁଛି। ହେଲେ ଶୁଆକାଟୀ ଖଣିରୁ ଖଣି ପ୍ରଭାବିତ କେନ୍ଦୁଝର ସହରର ଟ୍ରକ ମାଲିକଙ୍କୁ ଏହି ସୁବିଧା ପ୍ରଦାନ କରାଯାଉ ନଥିବା ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ କୋର କମିଟି ସଦସ୍ୟ ନିହାର ଦାସ କହିଛନ୍ତି। ଏଥିସହ ଶୁଆକାଟୀ ଖଣିରୁ ଖଣି ପ୍ରଭାବିତ ଅଞ୍ଚଳବାସୀ ଭାବେ କେନ୍ଦୁଝର ସହରର ଟ୍ରକ ମାଲିକଙ୍କୁ ଖଣିଜ ସମ୍ପଦ ପରିବହନ ପାଇଁ ଅଗ୍ରାଧିକାର ଭିତ୍ତିରେ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ପକ୍ଷରୁ ଲୋଡିଂ ସ୍ଲିପ୍‌‌ ଯୋଗାଇ ଦେବାକୁ ମଧ୍ୟ ନିହାର ଦାବି କରିଛନ୍ତି। ଏହି ମର୍ମରେ କୋର କମିଟି ସଦସ୍ୟ ଦିପ୍ତୀକାନ୍ତ ପଟ୍ଟନାୟକ, ସୁଶୀପ ସାହୁ, ପାର୍ଥସାରଥୀ ମିଶ୍ର, ଅମର ପଟ୍ଟନାୟକ, ଶିବବ୍ରତ ଧୀର ପ୍ରମୁଖ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହ ଆସନ୍ତା ୨୬ ତାରିଖସୁଦ୍ଧା ଦାବି ପୂରଣ ନ ହେଲେ ବାଧ୍ୟ ହୋଇ ଆସନ୍ତା ୨୭ ତାରିଖରୁ ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହଖଣିରୁ ଖଣିଜସମ୍ପଦ ଲୋଡିଂ ପରିବହନକୁ ଅନିର୍ଦ୍ଦଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯିବ ବୋଲି କୋର କମିଟି ସଦସ୍ୟ ନିହାର ଦାସ କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories