www.samajalive.in
Wednesday, December 10, 2025
26.1 C
Bhubaneswar

କୋର୍ଟ ଭିତରେ ବିଚାରପତିଙ୍କୁ ପୀଡ଼ିତାଙ୍କ ପରିବାରର ଦାବି: ଆମକୁ କ୍ଷତିପୂରଣ ନୁହେଁ, ନ୍ୟାୟ ଦରକାର

ସମାଜ ଡିଜିଟାଲ ଡେସ୍କ: ଆମକୁ ୧୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦରକାର ନାହିଁ। ଆମକୁ ନ୍ୟାୟ ଦରକାର। କୋର୍ଟ ଭିତରେ ବିଚାରପତିଙ୍କ ଆଗରେ ଏପରି ଦାବି କରିଛନ୍ତି କଲକାତା ପୀଡ଼ିତାଙ୍କ ପରିବାର।

କଲକାତା ଆରଜି କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସିଆଲଦା କୋର୍ଟ ସୋମବାର ଦୋଷୀ ସଞ୍ଜୟ ରଏକୁ ମୃତ୍ୟୁ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଶୁଣାଣି ସମୟରେ ବିଚାରପତି ପୀଡ଼ିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ତେବେ ଏହି ସମୟରେ କୋର୍ଟରେ ଉପସ୍ଥିତ ପୀଡ଼ିତାଙ୍କ ପରିବାର ବିଚାରପତି ଅନିର୍ବାଣ ଦାସଙ୍କୁ କହିଥିଲେ, ଆମେ କ୍ଷତିପୂରଣ ଚାହୁଁନାହୁଁ। କିନ୍ତୁ ନ୍ୟାୟ ଚାହୁଁଛୁ।

- Advertisement -

ଦଣ୍ଡ ଶୁଣାଣି ବେଳେ ସିବିଆଇ ପକ୍ଷରୁ ଲଢୁଥିବା ଓକିଲ ଦୋଷୀକୁ ଫାଶୀ ଦଣ୍ଡ ଦେବାକୁ ଅଦାଲତଙ୍କ ନିକଟରେ ଦାବି କରିଥିଲେ। କିନ୍ତୁ ବିଚାରପତି ଏହି ମାମଲା ବିରଳରୁ ଅତି ବିରଳତମ ନୁହେଁ ବୋଲି ଦର୍ଶାଇ ଆଜୀବନ କାରାଦଣ୍ଡାଦେଶ ବା ମୃତ୍ୟୁ ପର୍ଯ୍ୟନ୍ତ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ଶୁଣାଇଥିଲେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories