www.samajalive.in
Tuesday, December 9, 2025
15.1 C
Bhubaneswar

ବେଆଇନ ଗୋଚାଲାଣକାରୀ ସହ ପୁଲିସର ଗୁଳି ବିନିମୟ

କେନ୍ଦୁଝରଗଡ: ବେଅ।।ଇନ ଗୋଚାଲାଣକାରୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଜଣେ ଗୋଚାଲାଣକାରୀ ଗୁରୁତର ହୋଇଥିବା ବେଳେ ୨ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ରବିବାର ଭୋର ସମୟରେ ବେଆଇନ ଗୋରୁ ଚାଲାଣ ସମ୍ପର୍କରେ ପୁଲିସ ଖବର ପାଇ ହରିଚନ୍ଦନପୁର ଥାନା ଅଞ୍ଚଳର କୁଲାଢାଙ୍କୁଣି ନିକଟରେ ଗୋଚାଲାଣ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଗୋଚାଲାଣକାରୀ ପ୍ରଥମେ ପୁଲିସ ଉପରକୁ ଗୁଳି ଚାଳନା କରିବା ପରେ ବାଧ୍ୟ ହୋଇ ପୁଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଯେଉଁଥିରେ ଘଟଗାଁ ଥାନା ଅଧିନ ସାନ୍ତରାପୁର ଅଞ୍ଚଳର ଗୋଚାଲାଣକାରୀ ଆରିକ ଖାନ ଗୋଡରେ ଦୁଇଟି ଗୁଳି ବାଜିଛି। ଅପର ପକ୍ଷରେ  ଗୋଚାଲାଣକାରୀଙ୍କ ଗୁଳିରେ ୨ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଗୁରୁତର ଆହତ ଗୋଚାଲାଣକାରୀ ଆରିକ ଖାନକୁ ପୁଲିସ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ସେହିପରି ଆହତ ୨ପୁଲିସ କର୍ମଚାରୀ ହରିଚନ୍ଦନପୁର ସ୍ୱାସ୍ଥକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

ଏ ସଂକ୍ରାନ୍ତରେ ହରିଚନ୍ଦନପୁର ଓ ପଣ୍ଡାପଡ଼ା ଥାନାରେ ପୃଥକ ପୃଥକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ନାୟକ ରବିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିସହ ଏହି ମାମଲାରେ ପୁଲିସ ଗୋରୁ ବୋଝେଇ ୩ଟି ପିକଅପ ଭ୍ୟାନ ସହ ଗୋଟିଏ ଏକ୍ସୟୁଭି କାର, ଦୁଇଟି ଦେଶୀ ପିସ୍ତଲ ଜବତ କରିବା ସହିତ ୨୫ଟି ଗୋରୁଙ୍କୁ ପୁଲିସ ଉଦ୍ଧାର କରିଛି। ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଆରିକ ଖାନ ସମେତ ସେକ୍‌‌ ହାକିମ, ସୋନୁ ମହମ୍ମଦ, ଦୀପକ କାଳନ୍ଦୀ ଓ ଦେବୁ କାଳନ୍ଦୀକୁ ଗିରଫ କରିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାୟକ ଏହି ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories