www.samajalive.in
Saturday, December 6, 2025
26.1 C
Bhubaneswar

ପରିବହନ ବିଭାଗର ଚଢ଼ାଉ, ୨ଦିନରେ ୨.୭୮ଲକ୍ଷ ଟଙ୍କା ଜୋରିମାନା ଆଦାୟ

କେନ୍ଦୁଝରଗଡ଼ : ପରିବହନ ବିଭାଗ ନିଷ୍କ୍ରିୟତା ଯୋଗୁଁ ଆଦିବାସୀବହୁଳ କେନ୍ଦୁଝର ଜିଲାରେ ଘରୋଇ ବସ୍‌ ପକ୍ଷରୁ ଯାତ୍ରୀଙ୍କ ଉପରେ ଜୁଲୁମ କରାଯାଇ ଦୁଇଗୁଣାରୁ ଅଧିକ ଭଡା ଆଦାୟ ଯାତ୍ରୀଙ୍କୁ ନିରାଶ କରିଆସିଛି । ମାତ୍ରାଧିକ ଭଡା ଆଦାୟକୁ ବିରୋଧ କରି ବହୁବାର ଅଭିଯୋଗ ସତ୍ତ୍ୱେ ପରିବହନ ବିଭାଗ ନୀରବଦ୍ରଷ୍ଟା ସାଜିବା ପରୋକ୍ଷରେ ଘରୋଇ ବସ୍‌ ମାଲିକଙ୍କୁ ବେଶ୍‌ ସୁହାଇଥିଲା ।

ଏ ନେଇ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ ପରେ ଚଳିତମାସ ୨୫ ଓ ୨୬ ତାରିଖ ଦୁଇଦିନ ଧରି ରାଜ୍ୟବ୍ୟାପୀ ଘରୋଇ ବସ୍‌ ମାନଙ୍କରେ ଚଢ଼ଉ କରିବା ଫଳରେ ସତ ସାମ୍ନାକୁ ଆସିଛି । ଫଳସ୍ୱରୂପ କେବଳ କେନ୍ଦୁଝର ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳକୃଷ୍ଣ ଦାସଙ୍କ ନେତୃତ୍ୱରେ ଆନନ୍ଦପୁର ରାସ୍ତାରେ ଯାଉଥିବା କେତେକ ଘରୋଇ ବସ୍‌କୁ ଅଟକ ରଖି ଯାଞ୍ଚ ପରେ ୮ଟି ବସ୍‌ ଯାତ୍ରୀଙ୍କ ଠାରୁ ମାତ୍ରାଧିକ ଭଡା ଆଦାୟ, ବିନା ଲାଇସନ୍ସେରେ ଗାଡି ଚାଳନା, କଣ୍ଡକ୍ଟରଙ୍କ ଲାଇସେନ୍ସ ନଥିବା ଆଦି କାରଣ ଦର୍ଶାଇ ଦେଢ଼ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଆରଟିଓ ଶ୍ରୀ ଦାସ କହିଛନ୍ତି ।

- Advertisement -

ସେହିଭଳି ବଡବିଲ ଆଞ୍ଚଳିକ ପରିବହନ ଅଧିକାରୀ ଦୁର୍ଗାପ୍ରସାଦ ରାଓ ଓ ଅତିରିକ୍ତ ମୋଟର ଯାନ ନିରୀକ୍ଷକ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଉକ୍ତ ରାସ୍ତା ଦେଇ ଚଳାଚଳ କରୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ମାନଙ୍କରେ ଚଢ଼ଉ କରାଯାଇ ୫ଟି ବସ୍‌ରେ ଅନୁରୂପ ଭାବେ ଯାତ୍ରୀଙ୍କ ଠାରୁ ମାତ୍ରାଧିକ ଭଡା ଆଦାୟ, ବିନା ଲାଇସନ୍ସେରେ ଗାଡି ଚାଳନା, କଣ୍ଡକ୍ଟରଙ୍କ ଲାଇସେନ୍ସ ନଥିବା ଆଦି କାରଣ ଦର୍ଶାଇ ୧.୨୮ÿଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଆରଟିଓ ଶ୍ରୀ ଦାସ କହିଛନ୍ତି ।

କେନ୍ଦୁଝରରୁ ଯୋଡା, ବଡବିଲ ଓ ଚମ୍ପୁଆ ଏବଂ କେନ୍ଦୁଝରରୁ ଢ଼େଙ୍କିକୋଟ, ଘଟଗାଁ, ଆନନ୍ଦପୁର, ଯାଜପୁର, ଭଦ୍ରକ ଆଦି ସ୍ଥାନକୁ ଚଳାଚଳ କରୁଥିବା ଅନେକ ଘରୋଇ ବସ୍‌ ଯାତ୍ରୀ ମାନଙ୍କ ଠାରୁ ଦୁଇଗୁଣାରୁ ଅଧିକ ଭଡା ଆଦାୟ କରୁଥିବା ବେଳେ କୌଣସି ବସ୍‌ରେ ଭଡା ତାଲିକା ଉଲ୍ଲେଖ ନରହିବା ବସ୍‌ମାଲିକ ଓ କଣ୍ଡକ୍ଟରଙ୍କ ପାଇଁ ବେଶ୍‌ ସୁହାଇଛି । ସେହିଭଳି କଟକ, ଭୁବନେଶ୍ୱର, ସମ୍ବଲପୁର, ବଲାଙ୍ଗିର, କୋଲକତା, ଟାଟାନଗର, ଅନଗୁଳ, ବାରପଦା, ରାଉରକେଲା ଆଦି ସ୍ଥାନକୁ ଯାତାୟାତ କରୁଥିବା ଘରୋଇ ଏକ୍ସପ୍ରେସ୍‌ ବସ୍‌ ମାନଙ୍କରେ ଅଗ୍ରୀମ ଟିକେଟ୍‌ ପାଇଁ ଯାତ୍ରୀଙ୍କ ଠାରୁ ୫୦ରୁ ୬୦ଟଙ୍କା ଅଧିକ ଭଡା ଆଦାୟ କରିବା ଅଭିଯୋଗର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବାରମ୍ବାର ଦାବି ହୋଇଆସୁଛି ।

ଘରୋଇ ବସ୍‌ ମାନଙ୍କରେ ମାଲ ପରିବହନ ଉପରେ କଟକଣା ଥିବାସତ୍ତ୍ୱେ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟର କୋଲକତା ଏବଂ ଝାରଖଣ୍ଡ ରାଜ୍ୟର ଟାଟାନଗରରୁ କେନ୍ଦୁଝରକୁ ଆସୁଥିବା ଆନ୍ତଃରାଜ୍ୟ ଘରୋଇ ଯାତ୍ରୀବାହୀ ବସ୍‌ମାନଙ୍କରେ ଦୈନିକ ଧାର୍ଯ୍ୟ କ୍ଷମତାଠାରୁ ଢ଼େର ପରିମାଣର ମାଲ ବୋଝେଇ ହୋଇ ଆସୁଥିଲେ ହେଁ ଏହା କିଭଳି ଭାବେ ତଦାରଖ ଦାୟିତ୍ୱରେ ଥିବା ପରିବହନ ବିଭାଗ ଅଧିକାରୀଙ୍କ ନଜରରେ ଆସୁନାହିଁ ସେ ନେଇ ବିଭାଗୀୟ ଅଧିକାରୀଙ୍କ ଭୁମିକା ପ୍ରତି ଅଙ୍ଗୁଳିନିଦେ୍ର୍ଦଶ କରିଛି ।

କେବଳ ସେତିକିନୁହେଁ, ଅନେକ ଘରୋଇ ବସ୍‌ ହାତେଇଥିବା ରୁଟ୍‌ ପରମିଟ୍‌ ପରିବର୍ତ୍ତେ ସେମାନଙ୍କୁ ସୁହାଇବା ଭଳି ରୁଟ୍‌୍‌ରେ ଚଳାଚଳ କରିବା କାରଣରୁ ଧାର୍ଯ୍ୟ ସ୍ଥାନକୁ ବସ୍‌ ସେବା ଉପଲବ୍ଧ ହୋଇ ପାରୁନଥିବାରୁ ଯାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସମ୍ପୃକ୍ତ ବସ୍‌କୁ ଚିହ୍ନଟ କରାଯାଇ ରୁଟ୍‌ ପରମିଟ୍‌ ବାତିଲ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ନିର୍ଦ୍ଦିଷ୍ଟ ଭାବେ କୋଲକତାରୁ କେନ୍ଦୁଝର ଦେଇ ବରଗଡକୁ ଚଳାଚଳ ପାଇଁ ରୁଟ୍‌ ପରମିଟ୍‌ ଅନୁମତି ଲାଭ କରିଥିବା ବୃନ୍ଦାବନ ବିହାରୀ ନାମକ ଘରୋଇ ବସ୍‌ ବରଗଡ ପରିବର୍ତ୍ତେ କୋଇଡାରୁ କେନ୍ଦୁଝର ଦେଇ କୋଲକତା, ବୃନ୍ଦାବନ ବିହାରୀ ନାମକ ଅନ୍ୟ ଏକ ବସ୍‌ ଯୋଡାରୁ କେନ୍ଦୁଝର-ଆନନ୍ଦପୁର ଦେଇ କୋଲକତା ପରିଟ୍‌ ଥିବାବେଳେ କୋଲକତାକୁ ଯିବା ସମୟରେ ଆନନ୍ଦପୁର ଦେଇ ଚଳାଚଳ କରୁଥିବା ବେଳେ ଫେରିବା ସମୟରେ ଆନନ୍ଦପୁର ପରିବର୍ତ୍ତେ କେନ୍ଦୁଝର ଦେଇ ଚଳାଚଳ କରୁଥିଲେ ହେଁ ଏଥିପ୍ରତି ବିଭାଗୀୟ ଅଧିକାରୀ ଆଖିବୁଜି ଦେବା ପଛରେ କେଉଁ ମହତ୍‌ ଉଦେ୍ଦଶ୍ର ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କୋଲକତା-କେନ୍ଦୁଝର-ଅନଗୁଳ ପରିମିଟ୍‌ ହାତେଇଥିବା ଡଲଫିନ୍‌ ଘରୋଇ ବସ୍‌ ଅନଗୁଳରୁ ଯାତ୍ରାରମ୍ଭ ପରିବର୍ତ୍ତେ କେନ୍ଦୁଝର ଠାରୁ ଚଳାଚଳ କରୁଥିଲେ ହେଁ ରୁଟ୍‌ ପରମିଟ୍‌ ବାହାରେ ଚଳାଚଳ କରୁଥିବା ଏଭଳି ବସ୍‌ର ପରମିଟ୍‌କୁ ବାତିଲ କରିବା ପାଇଁ ଦାବି ହେଉଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories