www.samajalive.in
Saturday, December 6, 2025
17.1 C
Bhubaneswar

୫ରୁ କେନ୍ଦୁଝର ଦେଇ ନୂଆଦିଲ୍ଲୀକୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ, ପ୍ରଧାନମନ୍ତ୍ରୀ କରିବେ ଉଦ୍‌‌ଘାଟନ

କେନ୍ଦୁଝରଗଡ଼: କେନ୍ଦୁଝରବାସୀଙ୍କ ଦୀର୍ଘବର୍ଷର ଦାବି କେନ୍ଦୁଝର ଦେଇ ଦେଶର ରାଜଧାନୀ ନୂଆଦିଲ୍ଲୀକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ଶେଷରେ ସାକାର ହେବାକୁ ଯାଉଛି। ଆସନ୍ତା ୫ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଅଭାସୀ ଯୋଗେ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। ଏଥିସହ କେନ୍ଦୁଝରଠାରୁ ଭାୟା ହରିଦାସପୁର-ଚଣ୍ଡିଖୋଲ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଏକ ନୂତନ ଦୈନିକ ଯାତ୍ରୀବାହୀ ଟ୍ରେନ ଚଳାଚଳ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏଥିନିମନ୍ତେ ନୂର୍ବତଟ ରେଳ ବିଭାଗ ପକ୍ଷରୁ କେନ୍ଦୁଝରଗଡ଼, ପାରାଦ୍ୱୀପ ଓ ଯାଜପୁର-କେନ୍ଦୁଝର ରୋଡ(କନକୋର ସାଇଡିଂ)ଠାରେ ପ୍ରଧାନମନ୍ତ୍ରୀ ମୋଦୀ ଆଭାସୀ ଯୋଗେ କାର୍ଯ୍ୟକ୍ରମ ଉଦ୍‌‌ଘାଟନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ଚିଠି ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଫେବୃୟାରୀ ୧୯ ତାରିଖରେ ପୂର୍ବତଟ ରେଳବାଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପୁରୀ-ଆନନ୍ଦବିହାର ଭାୟା କେନ୍ଦୁଝର ସାପ୍ତାହିକୀ ଯାତ୍ରୀବାହୀ ଟ୍ରେନ ପୁରୀରୁ ଶନିବାର ଭୋର ୪ଟା ୧୫ମି.ରେ ବାହାରି ପୂର୍ବାହ୍ନ ୧୦ଟାରେ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚି ୧୦ଟା ୧୦ମି.ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ରବିବାର ଅପରାହ୍ନ ୧ଟା୧୦ମି.ରେ ଆନନ୍ଦବିହାରଠାରେ ପହଞ୍ଚିବା ପରେ ସେହିଦିନ ସନ୍ଧ୍ୟା ୫ଟା ୨୦ମି.ରେ ଆନନ୍ଦବିହାରରୁ ପୁରୀ ଅଭିମୁଖେ ଯାତ୍ରାରମ୍ଭ କରି ସୋମବାର ସନ୍ଧ୍ୟା ୫ଟାରେ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚି ୫ଟା ୧୦ମି.ରେ ବାହାରି ରାତି ୧୧ଟା ୫୫ମି.ରେ ପୁରୀରେ ପହଞ୍ଚିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories