www.samajalive.in
Saturday, December 6, 2025
14.1 C
Bhubaneswar

ପାଣି ପାଇଁ ମହିଳାଙ୍କ ରାସ୍ତାରୋକ, ପାଇପଲାଇନ କାମ ତୁରନ୍ତ ଆରମ୍ଭ ପରେ ଆନ୍ଦୋଳନ ପ୍ରତ୍ୟାହୃତ

କେନ୍ଦୁଝର ସଦର: ପାଣି ପାଇଁ ମହିଳାଙ୍କ ରାସ୍ତାରୋକ। ପାଣି ସମସ୍ୟାକୁ ନେଇ କେନ୍ଦୁଝର ସହର ନିକଟ ଗୋବିନ୍ଦପୁର ଗ୍ରାମର ମହିଳାମାନେ ମଙ୍ଗଳବାର କେନ୍ଦୁଝର-ପାଟଣା ମୁଖ୍ୟ ରାସ୍ତାକୁ ବନ୍ଦ କରି ଆନ୍ଦୋଳନ କରିଥିଲେ। ଗରା, ମାଣ୍ଡିଆ, ଡେକଚି ଧରି ରାସ୍ତା ଉପରେ ବସିଥିଲେ ମହିଳା। ରାସ୍ତାରୋକ ହଟାଇବା ପାଇଁ ଟାଉନ୍ ଥାନା ପୁଲିସର ଉଦ୍ୟମ କରିଥିଲେ।

ଅଭିଯୋଗ ଅନୁଯାୟୀ, ଗାଁରେ ୩ଟି ନଳକୂଅ ରହିଥିବାବେଳେ ଦୀର୍ଘ ଦିନରୁ ୨ଟି ନଳକୂଅ ଅଚଳ ହୋଇ ପଡ଼ିଛି। ଗୋଟିଏ ନଳକୂଅରୁ ପାଣି ନେବା ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ପୂର୍ବରୁ ଏନେଇ ଗତ ଫେବ୍ରୁଆରୀ ୨୭ ତାରିଖରେ ଲୋକେ ରାସ୍ତାରୋକ କରି ପ୍ରତିବାଦ କରିଥିଲାବେଳେ ବର୍ତ୍ତମାନ ସୁଦ୍ଧା ୬ ମାସ ବିତି ଯାଇଥିଲେ ମଧ୍ୟ ପାଣି ଯୋଗାଇବାରେ ଅସମର୍ଥ ରହିଥିଲା ବିଭାଗ। ଏହି ରାସ୍ତା ରୋକ ଘଣ୍ଟା ଘଣ୍ଟା ଧରି ଚାଲିଥିବାବେଳେ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ହସ୍ତକ୍ଷେପ ପରେ ମଧ୍ୟ ଆନ୍ଦୋଳନକାରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରି ନଥିଲେ। ସେମାନଙ୍କ ଜିଦ୍‌କୁ ପ୍ରଶାସନ ହୃଦୟଙ୍ଗମ କରି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ପରେ ଆନ୍ଦୋଳନକାରୀମାନେ ରାସ୍ତାରୁ ହଟିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories