www.samajalive.in
Saturday, December 6, 2025
23.1 C
Bhubaneswar

ୱେଜ ରିଭିଜନ୍ ଫଇସଲା ନେଇ ସିଆଇଟିୟୁ ପକ୍ଷରୁ ଦାବି ପତ୍ର ପ୍ରଦାନ

ବଲାଣି : କେନ୍ଦୁଝର ଜିଲା ରାଷ୍ଟ୍ରାୟତ ଉଦ୍ୟୋଗ ଭାରତୀୟ ଇସ୍ପାତ ପ୍ରାଧିକାରଣ(ସେଲ୍) ଅନ୍ତର୍ଗତ ବଲାଣି ଲୌହ ଖଣିର ସିଆଇଟିୟୁ ସହ ସହବନ୍ଧିତ କେନ୍ଦୁଝର ମାଇନିଂ ୱାର୍କର୍ସ ୟୁନିୟନ୍ ପକ୍ଷରୁ ଦୀର୍ଘ ବର୍ଷ ଧରି ଲମ୍ବୀତ ରହିଥିବା ୱେଜ ରିଭିଜନର  ଯଥାଶୀଘ୍ର ଫଇସଲା ନିମନ୍ତେ ବଲାଣି ଖଣିର ମହାପ୍ରବନ୍ଧକଙ୍କ ଜରିଆରେ ସେଲର କଞ୍ଚା ମାଲ ବିଭାଗର କାର୍ୟ୍ୟକାରୀ ନିର୍ଦେଶକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଷ୍ଟିଲ ଉତ୍ପାଦନରେ ସ୍ଥାୟୀ କର୍ମଚାରୀ ଓ ଠିକା ଶ୍ରମିକଙ୍କ ଭାଗିଦାରୀ ଯୋଗୁଁ ସେଲ୍ ଷ୍ଟିଲ ବିକ୍ରି ଓ ଉତ୍ପାଦନରେ ବିତ୍ତ ବର୍ଷ ୨୦୧୯-୨୦୨୦ ରେ ନୂତନ କୀର୍ତ୍ତିମାନ ସୃଷ୍ଟି କରିଛି । ତେବେ ଏପରି ପ୍ରତିକୁଳ ପରିସ୍ଥିତିରେ ମଧ୍ୟ କର୍ମଚାରୀ ଓ ଠିକା ଶ୍ରମିକ ନିଜର କର୍ତ୍ତବ୍ୟରେ ହେଳା ନକରି ଷ୍ଟିଲ ଉତ୍ପାଦନରେ ସମର୍ଥନ ଦେଇଛନ୍ତି । ଅନ୍ୟପକ୍ଷରେ ଗତ ୪୩ ମାସ ଧରି ସେଲ୍ କର୍ମଚାରୀଙ୍କ ୱେଜ ରିଭିଜନର ଫଇସଲା ହେଉ ନଥିବାରୁ ଶ୍ରମିକ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଏହା ବ୍ୟତୀତ ଠିକା କର୍ମଚାରୀଙ୍କ ୱେଜ ରିଭିଜନ୍ ସହିତ ବିଭିନ୍ନ ଅମିମାଂସିତ ବିଷୟ ସମ୍ବନ୍ଧରେ ଶ୍ରମିକ ସଂଗଠନର ସମ୍ପାଦକ ଲଖନଲାଲ ଠାକୁର , ଉପସଭାପତି ଜଗନ୍ନାଥ ସାହୁ , ସହ କୋଷାଧ୍ୟକ୍ଷ ହାଡିବନ୍ଧୁ ସାହୁ ,ସଦସ୍ୟ ଶଶି ନାୟର, ଏମଡି ସାହିଦ, ସୁରେନ୍ଦ୍ର କୁମାର ବେହେରା, କେ ଏନ୍ ରାଓ, ରାମ ତପେଶ୍ୱର ଦୁଷଡ, ନିଖିଳ କାରୁଆ, ସୁରେଶ ନାଏକ ପ୍ରମୁଖ ବଲାଣି ଖଣିର ମୁଖ୍ୟ ମହାପ୍ରବନ୍ଧକ ଅରୁଣ କୁମାର ମିଶ୍ରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories