www.samajalive.in
Saturday, December 6, 2025
26.1 C
Bhubaneswar

ଲୁଣିବେର କଳାପଥର ଖଣି ଲିଜ ପାଇଁ ଜନସୁଣାଣି

ଗଡ଼ମଧୁପୁର : ଧର୍ମଶାଳା ତହସିଲ ଅନ୍ତର୍ଗତ ଲୁନିବେର ଗ୍ରାମରେ ଥିବା କଳାପଥର ପହାଡରେ ପଥରଖନନ ପାଇଁ ପରିବେଶ ସମ୍ବନ୍ଧୀୟ ଜନସୁଣାଣୀ ଶିବିର ପୁରୁଣାବଉଳମାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଛି। ଧର୍ମଶାଳା ତହସିଲ ଅଧିନ ବଳରାମପୁର ୧ ରାଜସ୍ୱ ସର୍କଲ ଅନ୍ତର୍ଗତ ଲୁଣିବେର ମୌଜାରେ ୨୨.୨୬ ହେକ୍ଟର ପରିମିତ ଅଞ୍ଚଳରେ ୫ଟି ଖଣିକୁ ୬ଟି କ୍ଲଷ୍ଟର ଓ ସାହାଣିଡିହ ମୌଜାରେ ଲିଜ ଦିଆଯିବା ପାଇଁ ପରିବେଶ ସମ୍ବନ୍ଧୀୟ ଜନ ସୁଣାଣି ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଲୁଣିବେର ଜନସୁଣାଣିଥିବା ବେଳେ ୨.୩୦ମିନିଟ ପରେ ସାହାଣିଡିହ ମୌଜାର ଜନସୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ଆଜି ସୁଣାଣି ସମୟରେ ଅନେକ ଲୋକ ଉପସ୍ଥିତ ରହିଥିବା ଦେଖଯାଇଥିଲା। ଲଘୁଚାପ ପ୍ରଭାବ କମି ଯାଇଥିବାରୁ ଶୁଖିଲା ପାଗ ଯୋଗୁ ସ୍ଥାନୀୟ ଅଞ୍ଚଳର ଲୋକେ ଏଥିରେ ସାମିଲ ହୋଇଥିଲେ। ଲୁଣିବେର(ଚଢେଇଧରା ପାହାଡ) ସମ୍ବନ୍ଧୀୟ ଜନସୁଣାଣି ସମୟରେ ଉପସ୍ଥିତ ଥିବା କିଛି ଲୋକ ସେମାନଙ୍କର ମତାମତ ଦେବା ସମୟରେ ପ୍ରଭାବଶାଳୀ ବ୍ଲାଷ୍ଟିଂକୁ ବିରୋଧ କରିବା ଦେଖାଯାଇଥିଲା। ଲୋକେ ଭାଗନେଇ କହିଥିଲେ ଯେ ଏହି ଖଣି ଚାଲିବା ଦ୍ୱାରା ପ୍ରଚୁର ମାତ୍ରାରେ ପ୍ରଦୂଷଣ ବୃଦ୍ଧି ପାଉଛି। ଖରାଦିନେ ରାସ୍ତାରେ ଧୂଳି ଉଡି ଲୋକେ ଆକ୍ତାମାକ୍ତା ହେଉଛନ୍ତି। ପ୍ରଶାସନ ରାସ୍ତାରେ କିମ୍ବା କ୍ରସର ଚାଲିବା ସମୟରେ ପାଣି ସିଞ୍ଚନର ବ୍ୟବସ୍ଥା ପ୍ରତି ଧ୍ୟାନ ଦେଉନାହାଁନ୍ତି। ରାଜସ୍ୱ ବୃଦ୍ଧିପାଇଁ ଖଣି ଲିଜ ହେଉ ଏବଂ ପ୍ରଶାସନ ଖଣି ଚୋରି ରୋକିବାକୁ ପ୍ରୟାସ କରିବା ସହିତ ପ୍ରଦୁଷଣ ବୃଦ୍ଧି ରୋକିବାକୁ ଚେଷ୍ଠା କରାଯିବା ଉଚିତ ବୋଲି ମତ ରଖିଥିଲେ। ସାମ୍ବାଦିକ ବେଣୁଧର ପଣ୍ଡା, ଯୁବନେତା ଶତିସ ବିଶ୍ୱାଳ, ସ୍ଥାନୀୟ ଯୁବକ ବୁବୁ ବିଶ୍ୱାଳ, ବାବୁ ପୃଷ୍ଟି ପ୍ରମୁଖ ପ୍ରଶାସନର ଖଣି ପରିଚାଳନା ଉପରେ ଆଲୋଚନା କରିଥିଲେ। ତେବେ ପହାଡ ଖଣି ଚାଲିବା ସପକ୍ଷରେ ଅନେକ ମତ ରଖି ଏ ଅଞ୍ଚଳରେ ଖଣି ନଚାଲିଲେ ଲୋକମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ହେବ ନାହିଁ ବୋଲି କହିଥିଲେ। ଦ୍ୱିତୀୟ ଅଧିବେସନରେ ସାହାଣିଡିହ ମୌଜାର କଳାପଥର ଖଣି ଖାଦାନକୁ ନେଇ ଜନସୁଣାଣି ବେଳେ ସ୍ଥାନୀୟ ଲୋକଙ୍କର ସମର୍ଥନ ଓ ବିରୋଧ ଦେଖାଯାଇଥିଲା। ଆଜିର ଶିବୀରରେ ଏଡିଏମ ଅକ୍ଷୟ କୁମାର ମଲିକ, ପ୍ରଦୁଷଣ ଅଧିକାରୀ ପ୍ରମୋଦ କୁମାର ବେହେରା ଉପ ଜିଳାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ସରୋଜକୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି, ଥାନାଧିକାରୀ ଆଶିସ କୁମାର ସାହୁଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ତିତ ରହି ଜନସୁଣାଣୀରେ ସହଭାଗୀ ହୋଇଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories