www.samajalive.in
Sunday, December 7, 2025
16.1 C
Bhubaneswar

ବର୍ଷାରେ ଭାଙ୍ଗିଲା ଘର ; ଯୁବକ ଗୁରୁତର

ରାଉରକେଲା: ଲଗାଣବର୍ଷା ଯୋଗୁ ରାଉରକେଲା ସହର ଏବଂ ବସ୍ତି ଅଂଚଳରେ ନାହିଁ ନଥିବା ଅସୁବିଧା ସୃଷ୍ଟି ହେଇଛି। ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ଅମରନାଥ ବସ୍ତିରେ ଘର ଭାଙ୍ଗିବା ଫଳରେ ଗୋଟିଏ ପରିବାରର ୨ ଜଣ ଆହତ ହେଇଛନ୍ତି। ମାଆ ଓ ପୁଅ ଗୁରୁତର ହେଇଛନ୍ତି। ମନୋଜ ତନ୍ତିଙ୍କର ମାଟିଘର ସମ୍ପୂର୍ଣ୍ଣ ଭାଙ୍ଗିଥିବା ବେଲେ ପତ୍ନୀ ଅନିତା ଓ ପୁଅ ଦୀପକ ତନ୍ତିଙ୍କ ଉପରେ ମାଟି କାନ୍ଥ ପଡିଯାଇଥିଲା। ସେତେବେଳେ ମନୋଜ ତନ୍ତି ଘରେ ନଥିଲେ। ଅନିତା ତନ୍ତି ଆହତ ହୋଇଥିଲେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାଙ୍କୁ ଉଦ୍ଧାର କରା ଯାଇଥିଲା। ଗୁରୁତର ଦୀପକଙ୍କୁ ବୁର୍ଲା ସ୍ଥାନାନ୍ତରିତ କରା ଯାଇଛି। ଏହି ବସ୍ତିରେ ଆହୁରି ୮ ଟି ଘର ଭାଙ୍ଗିଯାଇଛି ବୋଲି ଜଣାପଡ଼ିଛି। କରୋନା ମହାମାରୀ ବେଳେ କାମନା ଧନ୍ଦା ନ ପାଇ ଦୁଃଖରେ ଜୀବନ ବିତୁ ଥିବାବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଭାଙ୍ଗିଯାଇଥିବାରୁ ଏହି ବସ୍ତି ଵାଲା ମୁଣ୍ଡରେ ହାତ ଦେଇ ବସିଛନ୍ତି। ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ସହାୟତା ଓ ଘର ଭାଙ୍ଗିଥିବା ବସ୍ତି ବାସିନ୍ଦାଙ୍କୁ ସହାୟତା ପାଇଁ ଦାବି ହୋଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories