www.samajalive.in
Saturday, December 13, 2025
26.1 C
Bhubaneswar

ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ପଞ୍ଚାୟତ ମାନପୁର ଗ୍ରାମର ଖମଣ ସାହି ନିକଟ ପୋଖରୀ ହୁଡା ବୁଦାମୂଳରୁ ରବିବାର ସକାଳୁ ଗ୍ରାମବାସୀଙ୍କ ଦ୍ବାରା ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ପୋଖରୀକୁ ସୌଚ ପାଇଁ ଯାଇଥିବା ସମୟରେ ଶିଶୁଟିର କାନ୍ଦ ଶୁଣି ବୁଦାମୂଳକୁ ଯାଇ ଲୋକେ ଶିଶୁ ପୁତ୍ରଟିକୁ ଦେଖି ସ୍ଥାନୀୟ ଆଶାକର୍ମୀକୁ ଖବର ଦେଇଥିଲେ। ଆଶାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଶିଶୁ ପୁତ୍ରଟିକୁ ଗ୍ରାମବାସୀଙ୍କ ଉପସ୍ଥିତିରେ ଉଦ୍ଧାର କରିଥିଲେ। ଉଦ୍ଧାର ଶିଶୁପୁତ୍ରକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ଶିଶୁଟି ସୁସ୍ଥ ଥିବା ଜଣାପଡିଛି। ତେବେ ବୁଦାମୂଳକୁ ଶିଶୁଟି କିପରି ଆସିଲା ଓ ଶିଶୁପୁତ୍ରର ମାତା କିଏ ତାହା ସ୍ପଷ୍ଟ ହୋଇନାହିଁ । ଶିଶୁଟିର ଉଦ୍ଧାର ଖବର ଜଣାପଡିବା ପରେ ଜିଲା ଶିଶୁ ମଙ୍ଗଳ କମିଟି ମଧ୍ୟ ଘଟଣା ଉପରେ ନଜର ରଖିଛି ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories