www.samajalive.in
Wednesday, December 10, 2025
26.1 C
Bhubaneswar

ପତ୍ନୀ ସୁନିତାଙ୍କୁ କେଜରିୱାଲଙ୍କ ଜନ୍ମଦିନ ଭେଟି

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଅରବିନ୍ଦ କେଜରିୱାଲଙ୍କୁ ଦୋହରା ଖୁସି ଦେଇଛି। ମଙ୍ଗଳବାର ୧୧ତାରିଖ ପତ୍ନୀ ସୁନିତା କେଜ୍ରିୱାଲଙ୍କ ୫୪ତମ ଜନ୍ମଦିନ ଥିବାବେଳେ ଫଳାଫଳ କେଜରିୱାଲ ଦମ୍ପତିଙ୍କୁ ଭେଟି ସଦୃଶ ହୋଇଛି। ପୁନଶ୍ଚ ଚଳିତ ବର୍ଷ ଏହି ଦମ୍ପତି ସେମାନଙ୍କ ବିବାହର ୨୫ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। ଏହି ଅବସରରେ କେଜରିୱାଲ ଦମ୍ପତି ନିଜ ପୁଅ-ଝିଅ ଓ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ପରସ୍ପରଙ୍କୁ କେକ୍‌ ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି। ସୁନିତା ଚଳିତ ନିର୍ବାଚନ ଅଭିଯାନରେ ସାମିଲ ହେବା ସହ ସ୍ବାମୀଙ୍କୁ ସମସ୍ତ ସହଯୋଗ କରିଥିଲେ। ସେ ଘରଘର ବୁଲି ସ୍ବାମୀ ଓ ଦଳ ପାଇଁ ଭୋଟ୍‌ ଭିକ୍ଷା କରିଥିଲେ। ଚଳିତ ନିର୍ବାଚନରେ ସେମାନଙ୍କ ପୁଅ ପ୍ରଥମ ଥର ମତଦାନ କରିଛନ୍ତି। ଉଭୟ ଅରବିନ୍ଦ ଓ ସୁନିତା ଗୋଟିଏ ବର୍ଷରେ ସର୍ବଭାରତୀୟ ପ୍ରଶାସନିକ ସେବା ପାଇଁ ଯୋଗ୍ୟତା ହାସଲ କରି ରାଜସ୍ବ ସେବା ଅଧିକାରୀ (ଆଇଆରଏସ୍‌) ଭାବେ କାର୍ଯ୍ୟାରମ୍ଭ କରିଥିଲେ। ଅରବିନ୍ଦ ଚାକିରି ଚାଡ଼ି ରାଜନୀତିରେ ପ୍ରବେଶ କରିଥିବାବେଳେ ସୁନିତା ୨୦୧୮ରେ ଚାକିରିରୁ ଇସ୍ତଫା ଦେଇଥିଲେ। ସ୍ବାମୀ ସବୁବେଳେ ସମାଜସେବାକୁ ପସନ୍ଦ କରିଥାନ୍ତି ବୋଲି ସୁନିତା କହିଛନ୍ତି।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories