www.samajalive.in
Sunday, December 14, 2025
26.1 C
Bhubaneswar

ଦିଲ୍ଳୀରେ ଆୟୁଷ୍ମାନ ଯୋଜନା ଲାଗୁ ହେବ ନାହିଁ : କେଜରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ‘ଆୟୁଷ୍ମାନ’ଠାରୁ ବହୁ ଭଲ ଯୋଜନା ରହିଛି ତେଣୁ ଏଠାରେ ଏହି ଯୋଜନା ଲାଗୁ କରିବାର ଆବଶ୍ୟକତା ନାହିଁ ବୋଲି ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ କହିଛନ୍ତି।
ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ମହିଳାଙ୍କ ପାଇଁ ମେଟ୍ରୋ ଏବଂ ବସ୍‍ ଯାତ୍ରା ମାଗଣା କରିବା ଭଳି ଯୋଜନା ଲାଗୁ କରି କେଜରିୱାଲ ୨୦୦୦ କୋଟି ଟଙ୍କା ରିଆତି ଦେବାକୁ ପ୍ରସ୍ତୁତ ଅଛି, କିନ୍ତୁ ଆୟୁଷ୍ମାନ ଭଳି ଜନକଲ୍ୟାଣ ଯୋଜନା ଲାଗୁ କରୁନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ କହିଥିଲେ।
ଏହାର ଜବାବରେ କେଜରିୱାଲ ତାଙ୍କ ନିକଟକୁ ପତ୍ର ଲେଖି ଦିଲ୍ଲୀରେ ଆୟୁଷ୍ମାନ ଭାରତଠାରୁ ଭଲ ଯୋଜନା ରହିଛି ତେଣୁ କାହିଁକି ଏହି ଯୋଜନା ଲାଗୁ କରିବି ବୋଲି ପ୍ରଶ୍ନ କରିଛନ୍ତି। ସେ ଲେଖିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନଠାରୁ ୧୦ ଗୁଣ ବଡ଼ ଏବଂ ବ୍ୟାପକ ଅଟେ। ଏହି ଯୋଜନାରେ ଆୟୁଷ୍ମାନ ଯୋଜନାଠାରୁ ଅଧିକ ସୁବିଧା ଦିଲ୍ଲୀବାସୀଙ୍କୁ ପ୍ରଦାନ କରାଯାଉଛି। ଦିଲ୍ଲୀ ସ୍ୱାସ୍ଥ୍ୟ ଯୋଜନାକୁ ବନ୍ଦ କରି ଆୟୁଷ୍ମାନ ଯୋଜନା ଲାଗୁ କଲେ ଲୋକେ ବହୁମାତ୍ରାରେ ପ୍ରଭାବିତ ହେବେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories