www.samajalive.in
Saturday, December 6, 2025
23.1 C
Bhubaneswar

ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ କରିବନି ଆପ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲୋକସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ) ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀର ସମସ୍ତ ୭ଟି ଆସନରେ ଆପ୍‌ ପ୍ରାର୍ଥୀ ଦେବ ବୋଲି କେଜ୍ରିୱାଲ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଘୋଷଣା କରିଛନ୍ତି। ଆପ୍‌ ପ୍ରାର୍ଥୀମାନଙ୍କୁ ନିର୍ବାଚନରେ ଜିତାଇବା ଲାଗି ସେ ଦିଲ୍ଲୀ ଜନସାଧାରଣମାନଙ୍କୁ ନିବେଦନ କରିଛନ୍ତି। କଂଗ୍ରେସ ଶିଲା ଦୀକ୍ଷିତଙ୍କୁ ଦିଲ୍ଲୀରେ ଦାୟିତ୍ଵ ଦେବା ପରେ ଦଳ ଆପ୍‌ ସହ ମିଶି ନିର୍ବାଚନ ଲଢ଼ିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି ଯେ, ୨୦୧୯ରେ କେନ୍ଦ୍ରରେ ବିଜେପି ସରକାରକୁ ହଟାଇବାକୁ ହେଲେ ଦିଲ୍ଲୀରେ ସବୁ ଆସନରେ ଆପ୍‌ ପ୍ରାର୍ଥୀଙ୍କୁ ଜିତାଇ ଲୋକ ସଭା ପଠାଇବାକୁ ହେବ। ଫଳରେ ଦିଲ୍ଲୀକୁ ଏକ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିପାରିବ। ଉଲ୍ଲେଖଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ଆପ ପକ୍ଷରୁ ସମସ୍ତ ଆସନରେ ପ୍ରାର୍ଥୀ ଦିଆଯାଇଥିଲା। କିନ୍ତୁ କୌଣସି ଆସନରେ ଦଳ ସଫଳ ହୋଇପାରି ନ ଥିଲା। ଏସବୁ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୦୦୯ରେ କଂଗ୍ରେସ ୭ ଆସନ ହାତେଇବାରେ ସକ୍ଷମ ହୋଇଥିଲା।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories