www.samajalive.in
Friday, December 5, 2025
17.1 C
Bhubaneswar

ଭାଇରାଲ ହେଲା କେଜ୍ରିଓ୍ବାଲଙ୍କ ପୁଷ୍ପା ଡାନ୍ସ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ୍‌)ର ପରାଜୟ ପରେ ଏହାର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗଣମାଧ୍ୟମରେ ଆଉ ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ ସମୟରେ ସେ ରାଜନୈତିକ କାର୍ଯ୍ୟକ୍ରମରୁ ଟିକେ ବିରତି ନେଇ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି। ନିକଟରେ କେଜ୍ରିଓ୍ବାଲଙ୍କ ଝିଅ ସୁନିତାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ତେବେ ଏହି ଉତ୍ସବରେ କେଜ୍ରିଓ୍ବାଲ ପତ୍ନୀଙ୍କ ସହିତ ପୁଷ୍ପା-୨ ଚଳଚ୍ଚିତ୍ରର ଏକ ଗୀତରେ ନାଚୁଥିବାର ଦେଖାଯାଇଛି, ଯାହା ବିଜୁଳି ବେଗରେ ଇଣ୍ଟରନେଟ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ‘ଅଙ୍ଗାରୋ କା ଅମ୍ବର ସା’ ଗୀତରେ ଉଭୟେ ନାଚୁଥିବା ବେଳେ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ମନୋଜ କୁମାର ଶର୍ମା ନାମକ ବ୍ୟକ୍ତି ଏହି ଭିଡିଓକୁ ନିଜ ଏକ୍ସ’ ଆକାଉଣ୍ଟରେ ଶେୟାର କରିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories