ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଚାରି ଧାମର ଯାତ୍ରା ପୁଣି ଆରମ୍ଭ ହେବାକୁ ଯାଉଛି । ମେ ମାସ ୯ ତାରିଖରେ କେଦାରନାଥ ମନ୍ଦିରର ଦ୍ବାର ଖୋଲା ହେବ । ରୁଦ୍ରପ୍ରୟାଗ ଜିଲା ଉଖିମଠରେ ଥିବା ଓମକାଶ୍ବେର ମନ୍ଦିରରେ ଏନେଇ ଘୋଷଣା କରାଯାଇଛି । ନିୟମାନୁଯାୟୀ ଘୋଷଣା ସମୟରେ ମନ୍ତ୍ର ଉଚ୍ଚାରଣ ଏବଂ ଶଙ୍ଖଧ୍ବନୀ କରାଯାଇଥିଲା । କେଦାରନାଥ ଧାମର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମେ ୯ ତାରିଖ ସକାଳ ୫ଟା ୩୫ ମିନିଟରେ କେଦାରନାଥ ମନ୍ଦିର ଦ୍ବାର ଖୋଲାଯିବ । ସେହିପରି ଶୁଭ ମୁହୂର୍ତ୍ତ ଅନୁସାରେ ମେ ୧୦ ତାରିଖରେ ଭକ୍ତଙ୍କ ଦର୍ଶନ ପାଇଁ ବଦ୍ରିନାଥ ମନ୍ଦିରର ଦ୍ବାର ଖୋଲାଯିବ ।
ପ୍ରତିବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ୟମୁନେତ୍ରୀ ଧାମର ଦ୍ବାର ବନ୍ଦ କରାଯାଏ । ୬ ମାସର ବ୍ୟବଧାନ ପରେ ଏପ୍ରିଲ ଓ ମେ ମାସରେ ମନ୍ଦିରର ଦ୍ବାର ଖୋଲାଯାଏ । ପ୍ରତି ବର୍ଷ ଉତ୍ତରାଖଣ୍ଡକୁ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି ।
ମେ ୯ରେ ଖୋଲିବ କେଦାରନାଥ ମନ୍ଦିରର ଦ୍ବାର
Popular Categories



