www.samajalive.in
Saturday, December 6, 2025
16.1 C
Bhubaneswar

ପରଲୋକରେ ଅଭିନେତା କେ.ଡି ଚନ୍ଦ୍ରନ

ମୁମ୍ବଇ: ଲୋକପ୍ରିୟ ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ପିତା ତଥା ବରିଷ୍ଠ ଅଭିନେତା କେ.ଡି. ଚନ୍ଦ୍ରନଙ୍କର ରବିବାର ପରଲୋକ ଘଟିଛି। ସକାଳ ପ୍ରାୟ ୧୦ଟା ସମୟରେ ହୃଦଘାତର ଶୀକାର ହୋଇ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ୮୬ ବର୍ଷୀୟ ଅଭିନେତା ମେ’ ୧୨ ତାରିଖରେ ମୁମ୍ବଇର ଜୁହୁସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ସୂଚନାଯୋଗ୍ୟ, କେ.ଡି ଚନ୍ଦ୍ରନ ଅନେକ ବଲିଉଡ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ହମ୍ ହୈ ରାହି ପ୍ୟାର୍ କେ, ଚାଇନା ଗେଟ୍, ଜୁନୁନ୍ ପୁକାର, କଲ୍, ମେନ୍ ମାଧୁରୀ ଦୀକ୍ଷିତ ବନ୍ନା ଚାହତି ହୁଁ, ଜବ୍ ପ୍ୟାର୍ କିସିସେ ହୋତା ହୈ, ତେରେ ମେରେ ସପ୍ନେ, ହର ଦିଲ୍ ଜୋ ପ୍ୟାର କରେଗା, ସରାରତ୍ ଏବଂ କୋଇଟ୍ଟ ମିଲ୍ ଗୟା ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ ଲୋକପ୍ରିୟତା ହାସଲ କରିଥିଲେ। ଏହାବ୍ୟତୀତ ସେ ଅନେକ ଟିଭି ଧାରାବାହିକରେ ମଧ୍ୟ କାମ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories