www.samajalive.in
Sunday, December 7, 2025
26.1 C
Bhubaneswar

ମହାକାଶରୁ ମତଦାନ

ଆସନ୍ତା ନଭେମ୍ବର ୩ତାରିଖ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଛି। ଆମେରିକାରେ ନିର୍ବାଚନ ପ୍ରଚାର ସରଗରମ ହୋଇଥିବା ବେଳେ ମହାକାଶରେ ବି ଏହି ପ୍ରଭାବ ଦେଖାଯାଇଛି। ଏଥର ଆମେରିକା ନିର୍ବାଚନରେ ମହାକାଶରୁ ମତଦାନ ହେବ। ନାସାର ମହିଳା ମହାକାଶ ଯାତ୍ରୀ ୪୧ବର୍ଷୀୟ କ୍ୟାଥଲିନ୍‍ ରୁବିନ୍‍ସ ଆସନ୍ତା ଅକ୍ଟୋବରରେ ୬ମାସ ପାଇଁ ମହାକାଶ ଯାତ୍ରା କରିବେ। ସେଠାରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ରୁବିନ୍‍ସ ଏବଂ ତାଙ୍କ ସାଥୀମାନେ ରହଣି କରିବେ। ତେଣୁ ନଭେମ୍ବର ନିର୍ବାଚନ ଲାଗି ମହାକାଶରୁ ମତଦାନ କରିବେ ସେ। ୨୦୧୬ ଜୁଲାଇ ୭ରେ ନାସାର ୬୦ତମ ମହିଳା ମହାକାଶଯାତ୍ରୀ ଭାବେ ସେ ମହାକାଶକୁ ଯାଇଥିଲେ ଏବଂ ୧୧୫ଦିନ ରହି ଫେରିଆସିଥିଲେ। ଏଥର ନିର୍ବାଚନ ସମୟକୁ ପୃଥିବୀରେ ରହୁନଥିଲେ ମଧ୍ୟ ଜଣେ ଦାୟିତ୍ୱବାନ୍‍ ନାଗରିକ ଭାବେ ସେ ମହାକାଶରୁ ପ୍ରାୟ ୩୨୨ କିଲୋମିଟର ଦୂରରୁ ମତଦାନ କରିବେ ବୋଲି କହିଛନ୍ତି। ଏପରି କରିବାରେ ରୁବିନ୍‍ସ ସମ୍ଭବତଃ ବିଶ୍ୱର ପ୍ରଥମ ମହିଳା ମହାକାଶଯାତ୍ରୀ ହେବେ। ସେ ମିଶନ୍‍ କଣ୍ଟ୍ରୋଲରଙ୍କୁ ଇଲେକ୍ଟ୍ରୋନିକ ଭୋଟ୍‍ ଦ୍ୱାରା ନିଜ ମତ ପଠାଇବେ ଯାହା ମିଶନ କଣ୍ଟ୍ରୋଲ ପୃଥିବୀର ନିର୍ବାଚନ କମିଟିକୁ ପଠାଇବେ। ନାସା ନିଜ ମହାକାଶଚାରୀମାନଙ୍କ ମତଦାନକୁ ବେଶ୍‍ ସୁରକ୍ଷିତ ରଖିଥାଏ। ଏମାନଙ୍କୁ ମହାକାଶରୁ ମତଦାନ ଲାଗି ସ୍ୱତନ୍ତ୍ର ଅନୁମତି ମିଳେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories