www.samajalive.in
Saturday, December 6, 2025
26.1 C
Bhubaneswar

କାର୍ତ୍ତିକଙ୍କ ଚେଷ୍ଟା

ମୁମ୍ବଇ : ସବୁ ମହଲରେ ଏବେ ଇମ୍‌ତିୟାଜ୍ ଅଲୀ ନିର୍ଦେଶିତ ‘ଲଭ୍ ଆଜ୍ କଲ୍-୨’କୁ ନେଇ ସମୀକ୍ଷା ଚାଲିଛି। ମୁଖ୍ୟ ଭୂମିକାରେ କାର୍ତ୍ତିକ ଆର୍ଯ୍ୟନ୍ ଓ ସାରା ଅଲୀ ଖାନ୍ ଦେଖାଦେବେ। ନିକଟରେ କାର୍ତ୍ତିକ କହିଛନ୍ତି, ଏଥିରେ ସେ ୯୦ ଦଶକର ରଘୁ ଓ ଏକବିଂଶ ଶତାବ୍ଦୀର ବୀର୍‌ ଭୂମିକାରେ ଅଭିନୟ କରିଛନ୍ତି। ୯୦ଦଶକର ସୁଟିଂ ନିମନ୍ତେ ତାଙ୍କୁ ୮କିଲୋ ଓଜନ କମ୍ କରିବାକୁ କୁହାଯାଇଥିଲା। ମାତ୍ର ଦେଢ଼ ମାସରେ ସେ ଓଜନ କମ୍ କରି ସୁଟିଂ ଆରମ୍ଭ କରିଥିଲେ। ‘ଲଭ୍ ଆଜ୍‌ କଲ୍’-ପ୍ରଥମ ଭାଗରେ ସୈଫ୍ ଅଲୀ ଖାନ୍ ଓ ଦୀପିକା ପାଦୁକୋନ୍ ଅଭିନୟ କରିଥିଲେ। କାର୍ତ୍ତିକଙ୍କ ମତରେ ତାଙ୍କ ଅଭିନୟ ସୈଫ୍‌ ସାର୍‌ଙ୍କ ସହ ତୁଳନା କରିବା ଆଦୌ ଠିକ୍ ନୁହେଁ। ସେ ସୈଫ୍‌ ସାର୍‌ଙ୍କ ଅଭିନୟକୁ ନକଲ କରିବାକୁ ଚେଷ୍ଟା କରିଛନ୍ତି। ପ୍ରଶଂସକ ଦେଖିବା ପରେ ହିଁ କହିପାରିବେ, ପ୍ରକୃତରେ ସେ ନିଜ ଚେଷ୍ଟାରେ କେତେଦୂର ସଫଳ ହୋଇପାରିଛନ୍ତି? ଚଳଚ୍ଚିତ୍ରଟି ଫେବୃଆରୀ ୧୪ରେ ମୁକ୍ତିଲାଭ ହେବାର ଯୋଜନା ରହିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories